fbpx

ହ୍ୱାଟ୍ସଆପରେ ଦେହବେପାର!

ଏବେ ସଭିଙ୍କ ହାତରେ ସ୍ମାର୍ଟଫୋନ ଏବଂ ସେଥିରେ ରହିଛି ହ୍ୱାଟସଆପ  । ସାଧାରଣତଃ ଲୋକମାନେ ନିଜର ପ୍ରିୟଜନଙ୍କ ସହ କଥା ହେବା ବା ମେସେଜ କରିବା ପାଇଁ ହ୍ୱାଟ୍ସଆପର ବ୍ୟବହାର କରିଥାନ୍ତି । ତେବେ ଏହି ସ୍ମାର୍ଟଫୋନ ଏବଂ ଏହି ହ୍ୱାଟ୍ସଆପ ମାଧ୍ୟମରେ ରାଉଲକୋଲାରେ ଚାଲିଛି ବେଧଡକ ଦେହବେପାର! ଆଉ ଯାହାର ଟେର ମଧ୍ୟ ପାଇ ପାରୁନି ପୋଲିସ  ।

ହ୍ୱାଟ୍ସଆପ ଜରିଆରେ ରାଣୀ ମହୁମାଛିମାନେ ଯୁବତୀମାନଙ୍କୁ ଗ୍ରାହକମାନଙ୍କ ଫଟୋ ଓ ମୋବାଇଲ ନମ୍ବର ପଠାଉଛନ୍ତି ଏବଂ ରାତି ପାହିଲେ ରାଣୀ ମହୁମାଛି ପଠାଇଥିବା ନମ୍ବରରେ ଯୋଗାଯୋଗ କରି ସେମାନଙ୍କୁ ଠିକଣା ଜାଗାରେ ପହଞ୍ଚିବା ପରେ ମୂଲଚାଲ କରୁଛନ୍ତି । ଠିକ ହେଲାପରେତା ବାଇକରେ ବସି ପଳାଇଯାଉଛନ୍ତି ।

ହୋଟେଲ କିମ୍ବା ଲଜ ସୁରକ୍ଷିତ ନଥିବାରୁ ରାଣୀମହୁମାଛି କିଛି ଘର ଭଡାଟିଆଙ୍କୁ ଟଙ୍କାର ଲୋଭ ଦେଖାଇ ସେଠାରେ ସେମାନଙ୍କର ଧନ୍ଦା ଚଳାଇଛନ୍ତି । ଏହି ସବୁ ପୋଲିସର ନାକ ତଳେ ହେଉଥିଲେବି ପୋଲିସ ଏହାର କୌଣସି ଟେର ପାଉନାହିଁ । କୁଜି ନେତା, ଯନ୍ତ୍ରୀ, ଠିକାଦାର, ଅଣଓଡ଼ିଆ ବ୍ୟବସାୟୀ ମାନେ ଗ୍ରାହକ ତାଲିକାରେ ଅଛନ୍ତି । ଏହି ରାଣୀ ମହୁମାଛିମାନେ କଲେଜ ପଢୁଥିବା ଯୁବତୀ ଓ ସ୍ୱାମୀ ପରିତ୍ୟକ୍ତା ମହିଳାମାନଙ୍କୁ ଅର୍ଥର ପ୍ରଲୋଭନ ଦେଖାଇ ଜାଲରେ ଫସାଉଛନ୍ତି ଏବଂ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି ।

ଏହି ରାଣୀ ମହୁମାଛିଙ୍କ ହାତରେ କିଛି ଟାଣୁଆ ନେତା ଥିବାରୁ ତାଙ୍କୁ କେହି ଧରି ପାରୁନଥିବା ଶୁଣାଯାଉଛି । ତେବେ କେବେ ପୋଲିସ ଏହି ରାଣୀ ମହୁମାଛିଙ୍କୁ ଧରିବ ତାହା ଦେଖିବା ବାକି ରହିଲା ।

Get real time updates directly on you device, subscribe now.