fbpx
BJD
BJD SKY
BJD SKY

ପିପିଲିରେ କଂଗ୍ରେସ କ୍ୟାମ୍ପ୍ ଅଫିସ ଜାଳିଦେଲେ ଦୁର୍ବୃତ୍ତ, ବିଜେଡିକୁ ଦାୟୀ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ପିପିଲିରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଗତକାଲି ରାତିରେ କଂଗ୍ରେସ କ୍ୟାମ୍ପ ଅଫିସରେ କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି । ତେବେ ଏହି ଘଟଣା ପଛରେ ବିଜେଡିର ହାତ ଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ଗତ ପଞ୍ଚାୟତ ନିର୍ବାଚନ ସମୟରେ ମଧ୍ୟ ପିପିଲିରେ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ରାଜ୍ୟରେ ମ୍ୟୁନିସିପାଲିଟି ନିର୍ବାଚନ ନେଇ ପ୍ରଚାର ଜାରି ରହିଛି । ତେଣୁ ଦଳଗତ ଆକ୍ରୋଶକୁ ନେଇ ଏହି କାଣ୍ଡ କେହି ଭିଆଇଥିବା ଅନୁମାନ କରାଯାଉଛି । ଦୁର୍ବୃତ୍ତମାନେ ଗତକାଲି ରାତିରେ ୭ ନମ୍ବର ୱାର୍ଡରେ ଥିବା କଂଗ୍ରେସ କ୍ୟାମ୍ପ ଅଫିସକୁ ଜାଳି ଦେଇଛନ୍ତି । ଏନେଇ ଥାନାରେ କୌଣସି ଅଭିଯୋଗ ଦାୟର କରାଯାଇନଥିବା ବେଳେ ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ପିପିଲି ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।

Get real time updates directly on you device, subscribe now.