fbpx

ଡକ୍ଟର ଚିଦାତ୍ମିକା ଖଟୁଆ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ଶିକ୍ଷା ଉଦ୍ୟୋକ୍ତା ନିଯୁକ୍ତ

ନୂଆଦିଲ୍ଲୀ: ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଓଡ଼ିଶାର ବାର୍ଷିକ ଉତ୍ସବ ଭୁବନେଶ୍ୱରର ଏକ ଘରୋଇ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ସଭାପତି ପ୍ରଦୀପ ସୁରେଖା ଏବଂ ଡାଇରେକ୍ଟର ଜେନେରାଲ ଡକ୍ଟର ରାଜୀବ ସିଂହ ଯୋଗଦେଇଥିଲେ । ଏଥିସହ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ଅଧ୍ୟକ୍ଷ ଜେ.ବି. ପାଣି ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ପ୍ରାୟ ୧୦୦ରୁ ଅଧିକ ସଦସ୍ୟ ଯୋଗଦେଇଥିବା ବେଳେ ଶିକ୍ଷା ଓ କୃଷିକୁ ନେଇ ବିଭିନ୍ନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

ଚିଦାତ୍ମିକାଙ୍କୁ ଚଳିତ ବର୍ଷ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ଶିକ୍ଷା ଉଦ୍ୟୋକ୍ତା ଭାବେ ଘୋଷଣା କରାଯାଇଥିଲା । ଏହାକୁ ପୂର୍ବରୁ ‘ମୋ ସ୍କୁଲ’ର ଚେୟାରମ୍ୟାନ ସ୍ୱର୍ଗତ ବିଜୟ ସାହୁ ଏହି କାର୍ଯ୍ୟଭାର ତୁଲାଉଥିଲେ । ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ସାରା ଓଡ଼ିଶାରେ ବାଣିଜ୍ୟ, ଅର୍ଥନୈତିକ ଉନ୍ନତିକରଣ ସହ କୃଷି ଓ ପ୍ରଯୁକ୍ତି ବିଦ୍ୟା, ଖଣିଜ ସମ୍ପଦ, ବନୀକରଣ, ସୁରକ୍ଷା, ରାସାୟନିକ ଦ୍ରବ୍ୟ, କୃଷିସାର, ନିର୍ମାଣକ୍ଷେତ୍ର, ବ୍ୟାଙ୍କିଙ୍ଗ୍ ଏବଂ ଫାଇନାନ୍ସ, ତୈଳ ଏବଂ ଗ୍ୟାସ, ପରିବେଶ, ଖୁଚୁରା ବ୍ୟବସାୟ ଓ ପର୍ଯ୍ୟଟନ କ୍ଷେତ୍ରରେ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରୁଅଛି । କାର୍ଯ୍ୟକ୍ରମ ଶେଷରେ ସହ ଅଧ୍ୟକ୍ଷ ଏମ୍.କେ. ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.