fbpx

ପୌର ନିର୍ବାଚନ: ଶକ୍ତି ପ୍ରଦର୍ଶନ କରୁଛନ୍ତି ବନ୍ଦିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୪ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବ ପୌର ନିର୍ବାଚନ । ହାତରେ ଆଉ ମାତ୍ର ଦୁଇ ଦିନ ସମୟ ରହିଥିବାରୁ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି । ଏହି କ୍ରମରେ ୩୭ ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ବନ୍ଦିତା ପାଲ ଏଇ ସୀମିତ ସମୟକୁ ସଦୁପଯୋଗ କରିବାକୁ ଭୁଲିନାହାନ୍ତି । ବନ୍ଦିତା ଶତାଧିକ ସମର୍ଥକଙ୍କକୁ ନେଇ ଏକ ବିଶାଳ ରାଲିରେ ଏହି ୱାର୍ଡର ଭୋଟରଙ୍କ ନିକଟତର ହୋଇଛନ୍ତି । ଏହି ଅବସରରେ ସମର୍ଥକମାନେ ହାତରେ ସାଇକେଲ ଚିହ୍ନ ଥିବା କଟଆଉଟ ଧରି ପ୍ରଚାର କରୁଥିବା ଦେଖାଯାଇଥିଲା ।

ଚଳିତ ନିର୍ବାଚନରେ ବନ୍ଦିତା ପରିବର୍ତ୍ତନ ଓ ବିକାଶକୁ ଆୟୁଧ କରି ନିର୍ବାଚନ ଲଢ଼ୁଛନ୍ତି । ଏନେଇ ବନ୍ଦିତା କହିଛନ୍ତି ଯେ, ନିର୍ବାଚନରେ ଆମର କୌଣସି ଦଳ ସହ ପ୍ରତିଯୋଗିତା ନାହିଁ । ବିଜୟ, ପରାଜୟ ନେଇ ଆମେ ଚିନ୍ତୁତ ନାହୁଁ । ୩୭ ନମ୍ବର ୱାର୍ଡବାସୀଙ୍କର ସାମୂହିକ ବିକାଶ, ମୌଳିକ ସମସ୍ୟାର ସମାଧାନ, ଭାଇଚାରା ସମ୍ପର୍କକୁ ସୁଦୃଢ଼ କରିବା ଆମର ମୂଳ ଲକ୍ଷ୍ୟ ।

ସେହିପରି ଏହି ଅବସରରେ ବନ୍ଦିତାଙ୍କ ସ୍ୱାମୀ ଅର୍ଜୁନ ବେହେରା କହିଛନ୍ତି, ଆମେ ଏହି ୱାର୍ଡର ସ୍ଥାୟୀ ବାସିନ୍ଦା । ଆମର ଏହି ଲଢ଼େଇ କୌଣସି ରାଜନୈତିକ ଦଳ ସହ ନୁହେଁ ବରଂ ଜନସାଧାରଣଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ । ଏହି ୱାର୍ଡଟି ରାଜଧାନୀ ଭୁବନେଶ୍ୱରର ଏକ ପ୍ରମୁଖ ଅଙ୍ଗ ହୋଇଥିବାରୁ ଏଠାରେ ସାଧାରଣ ଲୋକଙ୍କର ବିଭିନ୍ନ ପ୍ରକାର ସମସ୍ୟା ରହିଛି । ରାଜନୀତିରୁ ଊଦ୍ଧ୍ୱର୍ରେ ରହି ଆମେ ୱାର୍ଡବାସୀଙ୍କ ବିକାଶ ପାଇଁ ଆଶିର୍ବାଦ ଭିକ୍ଷା କରୁଛୁ । ଚଳିତ ନିର୍ବାଚନରେ ଆମକୁ ସମସ୍ତେ ସହଯୋଗ କରିବେ ବୋଲି ଆମର ଆଶା ଓ ବିଶ୍ୱାସ ରହିଛି ।

Get real time updates directly on you device, subscribe now.