fbpx

୮ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା: ମନ ବୁଝିଲାନି ଯେ ନଷ୍ଟକଲେ ଆଖି

ବାଙ୍କା: ବିହାର ବାଙ୍କାରେ ହୋଲି ଦିନ ନିଖୋଜ ହୋଇଥିବା ୮ ବର୍ଷ ନାବାଳିକାର ମୃତଦେହ ଜବତ ହୋଇଛି, ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । କୁହାଯାଉଛି ଯେ, ଗଣଦୁଷ୍କର୍ମ ପରେ ଝିଅଟିକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପରିବାର ସଦସ୍ୟଙ୍କ କହିବା ମୁତାବକ, ହୋଲି ଦିନ ଝିଅଟି ଅପରାହ୍ନ ୨ଟା ସମୟରେ ନିଜ ସାଙ୍ଗମାନଙ୍କ ସହ ଖେଳୁଥିଲା । ଏହାରି ମଧ୍ୟରେ ଦୁର୍ଗା ମନ୍ଦିର ନିକଟରୁ ସେ ଅଚାନକ୍ ନିଖୋଜ ହୋଇଗଲା ।

ସେହି ସମୟରୁ ପରିବାର ଲୋକେ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଖୋଜାଖୋଜି ଚାଲିଥିବା ବେଳେ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା । କିନ୍ତୁ ପୋଲିସ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପରିବାର ସଦସ୍ୟଙ୍କୁ ଆଖ-ପାଖ ଖୋଜିବାକୁ କହିଥିଲା । ଏହି ସମୟରେ ପରିବାର ସଦସ୍ୟ ଝିଅ ସହ ଖେଳୁଥିବା ଅନ୍ୟ ପିଲାଙ୍କଠାରୁ ଜାଣିବାକୁ ପାଇଲେ ଯେ, ଦୁର୍ଗା ମନ୍ଦିର ନିକଟରୁ ଏକ ନାଲି ରଙ୍ଗର ଅଟୋରେ ତାଙ୍କୁ ବସାଇ ନିଆଯାଇଛି । ଏହି ସୂଚନା ପରେ ପରିବାର ଲୋକେ ଅଟୋ ଡ୍ରାଇଭରକୁ ଖୋଜିବା ଆରମ୍ଭ କଲେ ।

ପରିବାର ଲୋକେ ଅଟୋ ଡ୍ରାଇଭରଙ୍କ ଘରେ ପହଞ୍ଚିବା ପରେ ସେ ଏହି ଘଟଣାରେ ସମ୍ପୃକ୍ତ ଥିବା କଥାକୁ ଅସ୍ୱୀକାର କରିଥିଲା । ପରେ ଡ୍ରାଇଭର ନିଜ ଘରୁ ଫେରାର ମାରିଥିଲା । ରାତି ପ୍ରାୟ ୧୧ ଟା ବେଳେ ପରିବାର ସଦସ୍ୟ ରେଳ ଷ୍ଟେସନ ନିକଟରେ ଥିବା ଏକ ଡ୍ରେନରେ ଝିଅର ମୃତଦେହ ପାଇଥିଲେ । ଏହା ପରେ ପୋଲିସ ସେଠାରୁ ମୃତଦେହ ଉଦ୍ଧାର କରିଥିଲା ।

ପୋଲିସର କହିବା ମୁତାବକ, ଝିଅ ଦେହରେ କୌଣସି ପୋଷାକ ନଥିଲା ଓ ତାଙ୍କ ଶରୀରରୁ ଅନେକ ସ୍ଥାନରୁ ରକ୍ତସ୍ରାବ ହେଉଥିଲା । ତାଙ୍କ ଆଖି ନଷ୍ଟ କରିଦେଇଥିଲେ । ମୃତଦେହକୁ ଦେଖିବା ପରେ ଜଣାପଡୁଛି କି, ଝିଅ ସହ ଗଣଦୁଷ୍କର୍ମ ହୋଇଛି ଓ ଆଖି ନଷ୍ଟ କରି ତାଙ୍କୁ ହତ୍ୟା କରାଯାଇଛି । ଅଟୋ ଡ୍ରାଇଭର ଫେରାର ମାରିଥିବାରୁ ପୋଲିସ ତା ପତ୍ନୀଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି । ତାଙ୍କ କହିବା ମୁତାବକ, ଅଟୋ ଡ୍ରାଇଭର ଡୋମନ ପାସୱାନ, ଅଜୟ ବର୍ଣୱାଲ, ଶ୍ରୀଧର ବର୍ଣୱାଲଙ୍କ ସହିତ ୪ ଜଣଙ୍କୁ ପଚରାଉଚରା ପାଇଁ ଉଠାଇନେଇଛି ପୋଲିସ ।

Get real time updates directly on you device, subscribe now.