fbpx

ସୋନିଆ ଗାନ୍ଧୀଙ୍କ ହାତରେ ରହିବ କଂଗ୍ରେସର ଦାୟିତ୍ଵ, ପାର୍ଟିକୁ ମଜବୁତ କରିବା ଉପରେ ଫୋକସ୍

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସମେତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ଲଜ୍ଜାଜନକ ପରାଜୟ ପରେ ରବିବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ହୋଇଛି। ତେବେ ବୈଠକରେ ଏହି ନିଷ୍ପତ୍ତି ହୋଇଛି ଯେ, ସୋନିଆ ଗାନ୍ଧୀ ହିଁ ପାର୍ଟିର ଅଧ୍ୟକ୍ଷ ପଦରେ ରହିବେ। ଦଳ ତାଙ୍କ ନେତୃତ୍ଵରେ ଆଗକୁ ବଢିବ। ଦଳ ନୂତନ ରଣନୀତି ସହ ମଇଦାନକୁ ଓହ୍ଲାଇବ ବୋଲି କଂଗ୍ରେସ ନେତା କହିଛନ୍ତି।

ରାଜୀବ ଶୁକ୍ଳା ବୈଠକ ବିଷୟରେ ସୂଚନା ଦେଇଛନ୍ତି ଯେ ସମସ୍ତେ ଏଥିରେ ସହମତ ପ୍ରକାଶ କରିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କ ନେତୃତ୍ଵରେ ପାର୍ଟିକୁ ଆଗକୁ ନିଆଯିବ। ଏହା ବ୍ୟତୀତ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ସୋନିଆ ଗାନ୍ଧୀଙ୍କ ନେତୃତ୍ଵ ଉପରେ ଆମର ଭରସା ଥିବା କହିଛନ୍ତି।

ବୈଠକରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କହିଛନ୍ତି, କିଛି ଲୋକଙ୍କୁ ଲାଗୁଛି ଗାନ୍ଧୀ ପରିବାର କାରଣରୁ ହିଁ ପାର୍ଟି ଦୁର୍ବଳ ହେଉଛି। ଯଦି ଏମିତି ଲାଗୁଛି ତେବେ ମୁଁ କୌଣସି ପ୍ରକାରର ତ୍ୟାଗ କରିବାକୁ ପ୍ରସ୍ତୁତ। ସେ କହିଛନ୍ତି, ଆମର ପ୍ରଥମ ଉଦ୍ଦେଶ୍ୟ କଂଗ୍ରେସକୁ କେମିତି ମଜବୁତ କରାଯିବ। ଏପ୍ରିଲରେ କଂଗ୍ରେସର ଚିନ୍ତନ ଶିବିର ଆୟୋଜନ ହେବ ବୋଲି ପାର୍ଟିରେ ନିଷ୍ପତ୍ତି ହୋଇଛି। ହରିଶ ଚୌଧୁରୀ ପଞ୍ଜାବ ପରାଜୟ ପାଇଁ ନିଜୟ ଦାୟୀ କରିଛନ୍ତି।

କଂଗ୍ରେସର ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା କହିଛନ୍ତି ପ୍ରତ୍ୟେକ ନେତା ସୋନିଆ ଗାନ୍ଧୀଙ୍କ ନେତୃତ୍ଵରେ ବିଶ୍ଵାସ ପ୍ରକଟ୍ କରିଛନ୍ତି । ସାଂଗଠାନିକ ନିର୍ବାଚନ ହେବା ପର୍ଯ୍ୟନ୍ତ ସେ ଅଧ୍ୟକ୍ଷ ପଦରେ ରହିବେ। ବୈଠକରେ ପ୍ରତି ନିର୍ବାଚନର ପ୍ରଭାରୀ ଏବଂ ବରିଷ୍ଠ ନେତା ସିଡବ୍ଲ୍ୟୁସିରେ ରିପୋର୍ଟ ଉପସ୍ଥାପନ କରିବେ।

ସୂଚନାଯୋଗ୍ୟ, କଂଗ୍ରେସରେ ପରିବର୍ତ୍ତନ ଦାବି ଦିନକୁ ଦିନ ଜୋର ହେବାରେ ଲାଗିଛି। କଂଗ୍ରେସ ନେତା ଡିକେ ଶିବକୁମାର କହିଛନ୍ତି ରାହୁଲ ଗାନ୍ଧୀଙ୍କୁ ତୁରନ୍ତ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ କରାଯିବା ଉଚିତ୍। ମୋ ପରି କୋଟି କୋଟି କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କର ମଧ୍ୟ ଏହି ସମାନ କାମନା ରହିଛି।

Get real time updates directly on you device, subscribe now.