fbpx

ବ୍ରହ୍ମପୁର ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବାଜି ସାରିଛି ପୌର ନିର୍ବାଚନର ବିଗୁଲ । ସେଥିପାଇଁ ରାଜ୍ୟର ତିନୋଟି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପୂରା ଦମରେ ଲାଗି ପଡ଼ିଛନ୍ତି । ତେବେ ଏହା ମଧ୍ୟରେ କଂଗ୍ରେସ ବ୍ରହ୍ମପୁର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ପୂର୍ବରୁ ଦଳ କଟକ ଓ ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ।

ତେବେ ବ୍ରହ୍ମପୁର ମହାନଗର ନିଗମ ପାଇଁ କଂଗ୍ରେସ ମଞ୍ଜୁ ରଥଙ୍କୁ ମଇଦାନକୁ ଓହ୍ଲାଇଛି । ପୂର୍ବରୁ ଦଳ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ଭୁବନେଶ୍ୱର ଓ ଗିରିବାଳା ବେହେରାଙ୍କୁ କଟକର ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଚଳିତ ଥର ପୌର ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ । ପୂର୍ବରୁ ବିଜେପି ଓ କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ପରାଜୟବରଣ କରିଥିବାରୁ ପୌର ନିର୍ବାଚନ ପାଇଁ ଦୁଇ ଦଳ କଡ଼ା ସଂଘର୍ଷ କରୁଛନ୍ତି । ଶାସକ ଦଳ ମଧ୍ୟ ନିଜର ପତିଆରା ବୃଦ୍ଧି ପାଇଁ ଲାଗି ପଡ଼ିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.