fbpx

କଂଗ୍ରେସ ହେଉଛି ପରଜୀବୀ ପାର୍ଟି : ନଡ୍ଡା, ରାଜ୍ୟବାସୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କୃତଜ୍ଞତା

ଭୁବନେଶ୍ୱର: ପୁରୀର ଏକ ସମ୍ବୋଧନ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡିଶାରେ ବିଜେପିକୁ ସେବା କରିବାର ସୁଯୋଗ ଦେଇଥିବାରୁ ରାଜ୍ୟବାସୀଙ୍କୁ ଜେପି ନଡ୍ଡା ପ୍ରଣାମ ଜଣାଇଛନ୍ତି । ଏଥିସହ ରାଜ୍ୟର ସମସ୍ତ କର୍ମୀମାନଙ୍କ ସହଯୋଗରେ ପଦ୍ମ ଫୁଟାଇଥିବାରୁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛିନ୍ତି ଯେ, ଓଡିଶାରେ ବିକାଶ ପଥକୁ ଆଗକୁ ଅଗ୍ରସର କରିବା ପାଇଁ ବିଜେପି ନିଶ୍ଚିତ ଚେଷ୍ଟା କରିବ । ରାଜ୍ୟର ଉନ୍ନତି କରିବା ପାଇଁ ବିଜେପି କୌଣସି ପ୍ରକାରର ସୁଯୋଗ ହାତଛଡା କରିବ ନାହିଁ । ନିର୍ବାଚନ ପୂର୍ବରୁ ଲୋକସଭା ସିଟ ଡବଲ କରିବାକୁ କହିଥିଲି । କିନ୍ତୁ ଆପଣମାନେ ୨୦ଟି ସିଟ୍ ଲୋକସଭା ପାଇଁ ଦେଇଛନ୍ତି । ବିଧାନସଭାରେ ୪୦.୭% ଭୋଟ ଏବଂ ଲୋକସଭା ପାଇଁ ୪୫% ଭୋଟ ଦେଇ ସରକାର ଗଠନ କରିଥିବାରୁ ଜେପି ନଡ୍ଡା ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସେ କହିଛନ୍ତି ଯେ, ଦେଶରେ ୫୭% ଭ-ୂଭାଗରେ ବିଜେପି ସରକାର ଚାଲିଛି । ଦେଶର ୧୮ଟି ରାଜ୍ୟରେ ଏନଡିଏ ଏବଂ ୧୩ଟି ରାଜ୍ୟରେ ବିଜେପି ସରକାର ରହିଛି । ଏହି ସମ୍ବୋଧନ ଉତ୍ସବରେ ଶ୍ରୀ ନଡ୍ଡା କଂଗ୍ରେସକୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ, କଂଗ୍ରେସ ହେଉଛି ଏକ ପରଜୀବୀ ପାର୍ଟି । ଏହି ଦଳ ଅନ୍ୟ ରାଜନୈତିକ ଦଳ ସାହାର୍ଯ୍ୟରେ କିଛି ସିଟି ହାତେଇଛି । କଂଗ୍ରେସ ଦଳ ସହଯେଗୀଙ୍କ ଭୋଟଖାଇ ନିଜକୁ ବଞ୍ଚାଇ ରଖିଛି । ଏହାକହି ଶ୍ରୀ ନଡ୍ଡା କଂଗ୍ରେସ ଉପରେ ବର୍ଷିଛନ୍ତି ।

Get real time updates directly on you device, subscribe now.