fbpx

ନାଚରେ ମସଗୁଲ ହୋଇ ଟଙ୍କା ଉଡାଇଲେ: କଂଗ୍ରେସ ନେତାଙ୍କ କାରନାମାରେ ତେଜିଲା ରାଜନୀତି

ବେଙ୍ଗଲୁରୁ: କର୍ଣ୍ଣାଟକର ଏକ ବିବାହ କାର୍ଯ୍ୟକ୍ରମରେ ଜଣେ କଂଗ୍ରେସ ନେତାଙ୍କ ଦମଦାର ଭିଡିଓ ଦେଖିବାକୁ ମିଳିଛି । ମସ୍ତି ମୁଡରେ ଜଣେ ଡାନ୍ସରଙ୍କ ଉପରେ ନୋଟ ବର୍ଷା କରୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲଗିଛି । ଏହି ଭିଡିଓ ପରେ ରାଜନୀତି ଜଗତରେ ଆଲୋଚନା ଏବଂ ସମାଲୋଚନା ଆରମ୍ଭ ହୋଇଯାଇଛି । ସେପଟେ ଏହି ଘଟଣାକୁ ନେଇ ଘୋର ପ୍ରତିବାଦ କରିଛି ବିଜେପି । ଏଥିସହିତ ସମ୍ପୃକ୍ତ କଂଗ୍ରେସ ନେତାଙ୍କୁ କ୍ଷମା ମାଗିବା ପାଇଁ ବିଜେପି ଦାବି କରିଛି ।

କର୍ଣ୍ଣାଟକ ହୁବଳୀର କଂଗ୍ରେସ ନେତା ଶିବଶଙ୍କ ହମ୍ପନ୍ନାଙ୍କୁ ଜଣେ ମହିଳା ଡାନ୍ସରଙ୍କ ଉପରେ ନୋଟବର୍ଷା କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଧାରଖାଡ ଜିଲ୍ଲାରେ ଏକ ବିବାହ ସମାରୋହର ବୋଲି ଜାଣିବାକୁ ମିଳିଛି । ସେପଟେ ଏହି ଭିଡିଓକୁ ନେଇ ରାଜନୀତି ମାହୋଲ ସରଗରମ ହୋଇଛି । ଏହାକୁ ନେଇ ଭାରତୀୟ ଜନତା ପାର୍ଟି କଂଗ୍ରେସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କର୍ଣ୍ଣାଟକର ବିଜେପି ମହାସଚିବ ତେଙ୍ଗିକାଇ କହିଛନ୍ତି ଯେ, ଏହା ଖୁବ ଲଜ୍ଜାଜନକ ଘଟଣା । ଏମାନେ ଟଙ୍କାର ମୂଲ୍ୟ ଜାଣିନାହାନ୍ତି । ଏସବୁ ଘଟଣା କଂଗ୍ରେସର ସଂସ୍କୃତି ଏବଂ ପରମ୍ପରା କ’ଣ ତାହା ବୁଝାଇଛନ୍ତି ବୋଲି କହିଛନ୍ତି ତେଙ୍ଗିକାଇ । ଏହା ସହିତ ଜଣେ ରାଜନେତାଙ୍କର ଏଭଳି ଏକ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ତେଣୁ ଏ ନେଇ କଂଗ୍ରେସ ଉପରେ ନିଘା ରଖିବାକୁ ପଡିବ ।

ସେହିପରି ବିଜେପି ପ୍ରବକ୍ତା ରବି ନାୟକ ମଧ୍ୟ କଂଗ୍ରେସ ଉପରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ନେତା ଏହି ମହିଳାଙ୍କ କିପରି ସମ୍ମାନ ଦେଉଛନ୍ତି ? ଏହା ମୋର ଏକମାତ୍ର ପ୍ରଶ୍ନ । ତେବେ ଏଭଳି ଏକ ସଂସ୍କୃତି କେବଳ କଂଗ୍ରେସ ପାଖରେ ରହିଛି । କାରଣ ବିବାହ ଭଳି ସମାରୋହରେ ମହିଳାଙ୍କ ଉପରେ ଟଙ୍କା ଫିଙ୍ଗିବା ସଂସ୍କୃତି ଥାଇପାରେ । ତେଣୁ କଂଗ୍ରେସ ହିଁ ଏହାକୁ ବୁଝାଇପାରିବ । ସେ ଏହା ମଧ୍ୟ କହିଛନ୍ତି ଯେ, ନିର୍ବାଚନ ପାଖେଇ ଆସୁଥିବା ସମୟରେ ରାଜନୈତିକ ଦଳର ନେତାଙ୍କ ଦ୍ୱାରା ଏପରି ବ୍ୟବହାର କରିବା ସମ୍ପୂର୍ଣ୍ଣ ଭୁଲ । ତେଣୁ ଏହି ମାମଲାରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ତୁରନ୍ତ କ୍ଷମା ପ୍ରାର୍ଥନା କରିବା ଉଚିତ । ତେବେ ଏହାକୁ ମହିଳାଙ୍କ ପ୍ରତି ଅପମାନଜନକ ଘଟଣା ବୋଲି କହିଛନ୍ତି ବିଜେପି ପ୍ରବାକ୍ତା ରବି ନାଏକ ।

Get real time updates directly on you device, subscribe now.