fbpx

୨୭ଟି ନୂଆ ସହରରେ ମିଳିଲା Jio 5G ସେବା: ଭାରତର ୩୩୧ଟି ସହରରେ କଭର ହେଲା

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ରିଲାଏନ୍ସ ଜିଓ ଆଜି ଏକ ନୂଆ ଘୋଷଣା କରିଛି । ଜିଓ ଦେଶର ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୭ଟି ସହରରେ ୫ଜି ସେବା ଲଞ୍ଚ କରିଛି । ଫଳରେ ଜିଓର ଅଲଟ୍ରା-ହାଇ-ସ୍ପିଡ-ଟେଲିଫୋନି ନେଟୱାର୍କ ଦେଶର ୩୩୧ଟି ସହରକୁ ପ୍ରସାରିତ ହୋଇଛି । ଜିଓ ଟ୍ରୁ ୫ଜି ବର୍ତ୍ତମାନ ଅତିରିକ୍ତ ୨୭ଟି ସହରରେ ଉପଲବ୍ଧ ହେବ । ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଜମ୍ମୁ ଓ କଶ୍ମୀର, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ତାମିଲନାଡ଼ୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗରେ ଏହି ସେବା ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ମାର୍ଚ୍ଚ ମାସ ୮ ତାରିଖରୁ ଜିଓ ୱେଲକମ ଅଫର ପାଇବା ନେଇ ଏହି ୨୭ଟି ସହରର ୟୁଜର୍ସଙ୍କୁ ଆମନ୍ତ୍ରଣ କରାଯାଇଛି । ଏଥିରେ ୟୁଜର୍ସ ୧ ଜିବିପିଏସ ସ୍ପିଡର ଅନଲିମିଟେଡ ଡାଟା ବିନା ଅତିରିକ୍ତ ମୂଲ୍ୟରେ ପାଇପାରିବେ । ୨୦୨୩ ବର୍ଷ ଶେଷ ସୁଦ୍ଧା ସାରା ଦେଶରେ ଜିଓର ୫ଜି ସେବା ଉପଲବ୍ଧ ହେବ ବୋଲି ପୂର୍ବରୁ କମ୍ପାନୀ ବିଲିୟନାରୀ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଘୋଷଣା କରିଥିଲେ ।

ଆଜିଠାରୁ ହାଇ ସ୍ପିଡ ଇଣ୍ଟରନେଟ ଟ୍ରୁ ୫ଜି ସେବା ଅଧିକ ୨୭ଟି ସହରର ଲୋକ ଓ ବ୍ୟବସାୟ ପାଇଁ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଜିଓ ଟ୍ରୁ ୫ଜି ୧ ଜିବିପିସ ପର୍ଯ୍ୟନ୍ତ ଦ୍ରୁତ ସ୍ପିଡ, ଉଚ୍ଚ ସଂଜ୍ଞାଯୁକ୍ତ କଣ୍ଟେଣ୍ଟ, ଇଣ୍ଟରାକ୍ଟିଭ୍ ଭିୟୁଇଂ ଓ କ୍ଲାଉଡ ଗେମିଂ ଅଫର ପ୍ରଦାନ କରୁଛି । ଏଥିସହିତ ଇଣ୍ଟରନେଟ ଅଫ୍ ଥିଙ୍ଗସ (ଆଇଓଟି), ଅଗମେଣ୍ଟେଡ ରିଅଲିଟି (ଏଆର) ଓ ଭର୍ଚୁଆଲ ରିଅଲିଟି (ଭିଆର) ପରି ଉଦ୍ଦୀୟମାନ ଟେକ୍ନୋଲୋଜିର କ୍ଷମତା ବୃଦ୍ଧି କରିବାକୁ ଏହି ଟେକ୍ନୋଲୋଜି ସଂକଳ୍ପବଦ୍ଧ । ଏହା ରାଷ୍ଟ୍ର ନିର୍ମାଣ ପାଇଁ ସ୍ୱାସ୍ଥ୍ୟସେବା, ଶିକ୍ଷା ଓ କୃଷି କ୍ଷେତ୍ରରେ ଅଭିନବ ପ୍ରୟୋଗ ପାଇଁ ବାଟ ଦେଖାଇବ । ଏନେଇ ଜିଓ ମୁଖପାତ୍ର କହିଛନ୍ତି, ୨୦୨୩ ମସିହା ଡିସେମ୍ବରରେ ପ୍ରତ୍ୟେକ ଜିଓ ଗ୍ରାହକ ଜିଓ ଟ୍ରୁ ୫ଜି ଟେକ୍ନୋଲୋଜିର ପରିବର୍ତ୍ତନଶୀଳ ବେନିଫିଟ ପାଇପାରିବେ । ଡିସେମ୍ବର ମାସ ସୁଦ୍ଧା ଦେଶର ପ୍ରତି ଟାଉନ / ସହରରେ ଜିଓ ଟ୍ରୁ ୫ଜି କଭର ହେବ ।

Get real time updates directly on you device, subscribe now.