fbpx
BJD
BJD SKY
BJD SKY

Ind-Aus ଶେଷ ଟେଷ୍ଟରେ ମୋଦି ପକାଇବେ ଟସ୍! ଅହମ୍ମଦାବାଦ ଟେଷ୍ଟ ରଚିବ କି ଇତିହାସ?

ଅହମ୍ମଦାବାଦ: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅହମ୍ମଦାବାଦର ଏହି ଟେଷ୍ଟ ଇତିହାସ ରଚିବାକୁ ଯାଉଛି । କାରଣ ଭାରତ ଏବଂ ଅଷ୍ଟ୍ରେଲିଆର ଦୁଇ ପ୍ରଧାନମନ୍ତ୍ରୀ ଏହି ମ୍ୟାଚରେ ଉପସ୍ତିତ ରହିବାେ ସହ କମେଣ୍ଟ୍ରି କରିବେ ବୋଲି ଜଣାଯାଇଛି । ଏଥିସହ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପୂର୍ବରୁ ଉଭୟ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିଛି । ତେବେ ଏହାସହିତ ଚତୁର୍ଥ ଟେଷ୍ଟର ଟସ୍ ସମୟରେ ଦେଖିବାକୁ ମିଳିପାରେ ଆଉ ଏକ ଐତିହାସିକ ଘଟଣା ।

ଚତୁର୍ଥ ଟେଷ୍ଟରେ ଭାରତ-ଅଷ୍ଟ୍ରେଲିଆର ଉଭୟ ପ୍ରଧାନମନ୍ତ୍ରୀ ଷ୍ଟାଡିୟମରେ ରହିବା ସହ ଟସ୍ ସମୟରେ ଗ୍ରାଉଣ୍ଡରେ ରହିବା ନେଇ ମଧ୍ୟ ଜାଣିବାକୁ ମିଳିଛି । ତେବେ ଏହି ସମୟରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମ୍ୟାଚର ଟସ୍ କାର୍ଯ୍ୟକ୍ରମ କରିପାରନ୍ତି । ଐତିହାସିକ ଭାବରେ ଏହି ମ୍ୟାଚରେ ସେ ଟସ୍ ବେଳେ କଏନ ଫିଙ୍ଗି ପାରନ୍ତି ବୋଲି କୁହାଯାଉଛି । ମ୍ୟାଚର ଟସ୍ ସମୟରେ ସବୁବେଳେ ଦଳର ଅଧିନାୟକ ଟସ୍ ପକାଉଥିବାର ଦେଖାଯାଇଥାଏ । କିନ୍ତୁ ଏହି ଐତିହାସିକ ମ୍ୟାଚରେ ଟସ୍ ନିୟମରେ ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏ ନେଇ କୌଣସି ଅଧିକାରୀଙ୍କ ପାଖରୁ ସ୍ପଷ୍ଟ ସୂଚନା ମିଳିନାହିଁ ।

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଦେଶରେ ପହଞ୍ଚି ସାରିଛନ୍ତି । ସେ ମଧ୍ୟ ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଏହି ଷ୍ଟାଡିୟମରେ ଉପସ୍ଥିତ ରହିବେ । ଉଲ୍ଲେଖ ଯୋଗ୍ୟ ଯେ, ମୋଟେରା ଷ୍ଟାଡିୟମ ପୁନନିର୍ମିତ ହେବା ପରେ ଏହାର ନାମ ପରିବର୍ତ୍ତନ କରାଯାଇ ନରେନ୍ଦ୍ର ମୋଦି ଷ୍ଟାଡିୟମ ଭାବେ ଘୋଷଣା କରାଯାଇଛି । ତେବେ ଏହି ମ୍ୟାଚରେ ପରାଜୟ ଭାରତକୁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଦୌଡରୁ ଦୂରେଇ ଦେଇପାରେ ।

Get real time updates directly on you device, subscribe now.