fbpx
BSKY
BJD MC SKY
BJD YOUTH SKY

ରାସ୍ତାରେ ବୁଲୁଥିଲେ ରାହୁଲଙ୍କ ସମର୍ଥକ, ଲିପ୍ଟ ଦେଇ ସାଙ୍ଗରେ ନେଇଗଲେ ପ୍ରିୟଙ୍କା ଗାନ୍ଧୀ

ନୁଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ମଧ୍ୟ ରାହୁକ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଚରାଉଚରା ଜାରି ରଖିଛି। ପୁର୍ବ ପରି ଆଜି ମଧ୍ୟ ତାଙ୍କ ଭଉଣି ପ୍ରିୟଙ୍କା ଗାନ୍ଧୀ ତାଙ୍କ ସହିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ରାହୁଲ ଗାନ୍ଧୀଙ୍କୁ ଇଡି କାର୍ଯ୍ୟାଳୟରେ ଛାଡ଼ି ବାହାରକୁ ବାହାରିବା ସମୟରେ ପ୍ରିୟଙ୍କା କିଛି ଏମିତି କରିଥିଲେ ଯାହା ଏବେ ଚର୍ଚ୍ଚା ପାଲଟିଛି।

ଇଡି କାର୍ଯ୍ୟାଳୟ ବାହାରେ ରାହୁଲ ଗାନ୍ଧୀଙ୍କ ସମର୍ଥନରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରୁଥିବା ଜଣେ କର୍ମିଙ୍କୁ ପୋଲିସ ଟାଣି ନେଇଯାଇଥିବା ସମୟରେ ପ୍ରିଙ୍କା ସେହି ବାଟରେ ଯାଉଥିଲେ। ପୋଲିସ୍ କର୍ମିଜଣଙ୍କୁ ନେଇଯିବାର ଦେଖି ସେ ତାଙ୍କ କାରକୁ ଅଟକାଇ ତାଙ୍କ କାରରେ ଯିବାକୁ କହିଥିଲେ। ଖବର ସରବରାହ ସଂସ୍ଥା ଏଏନଆଇ ଟ୍ୱିଟ୍ କରିଥିବା ଏହି ଭିଡିଓରେ ପୋଲିସ୍ ରାହୁଲ ଗାନ୍ଧୀ ସମର୍ଥକଙ୍କୁ ନେଇଯାଉଥିବା ବେଳେ ପ୍ରିୟଙ୍କା ଗାନ୍ଧୀ ତାଙ୍କ କାରରେ ଯିବା ପାଇଁ ସଙ୍କେତ ଦେଇଥିଲେ।

ଏହା ପରେ ସେମାନେ ଏକାଠି ଜନ୍ତର ମନ୍ତ୍ରକୁ ଯାଇଥିଲେ। ଯେଉଁଠାରେ କଂଗ୍ରେସ ନେତାମାନେ ଅଗ୍ନିପଥ ସ୍କିମ୍ ମାଧ୍ୟମରେ ନିଯୁକ୍ତି ଏବଂ ରାହୁଲ ଗାନ୍ଧୀଙ୍କୁ ଇଡିର ଜେରାକୁ ବିରୋଧ କରି “ସତ୍ୟଗ୍ରହ”ରେ ବସିଛନ୍ତି।

Get real time updates directly on you device, subscribe now.