fbpx

ଋତୁରାଜଙ୍କ ବ୍ୟବହାରକୁ ନେଇ ସମାଲୋଚନା: ଶେଷ ମ୍ୟାଚରେ କଲେ ଏମିତି କାମ

ବେଙ୍ଗଲୁରୁ: ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ୨-୨ରେ ଡ୍ର ରହିଛି । ଶେଷ ମ୍ୟାଚ ବାତିଲ ହୋଇଯିବାରୁ ଅମିମାଂସିତ ଭାବେ ଶେଷ ହୋଇଛି ସିରିଜ । ତେବେ ଏହି ମ୍ୟାଚ ପରେ ଟିମ ଇଣ୍ଡଆର ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡଙ୍କୁ ନେଇ ଆରମ୍ଭ ହୋଇଛି । ଶେଷ ମ୍ୟାଚରେ ସେ ଏମିତି ଏକ କାମ କରି ଦେଇଛନ୍ତି, ଯାହା ଫଳରେ ତାଙ୍କୁ ଏବେ ସମାଲୋଚନାର ଶିକାର ହେବାକୁ ପଡିଛି ।

ବର୍ଷା ଯୋଗୁଁ ଶେଷ ମ୍ୟାଚ ବାତିଲ ହେବା ପରେ ସାଥୀ ଖେଳାଳିଙ୍କ ସହ ମିଶି ଡଗଆଉଟରେ ବସିଥିଲେ ଋତୁରାଜ ଗାଏକ୍ୱାଡ । ଏହି ସମୟରେ ଗ୍ରାଉଣ୍ଡସମ୍ୟାନ ଷ୍ଟାଫ ତାଙ୍କ ସହ ସେଲଫି ନେବା ପାଇଁ ଚାହିଁଥିଲେ । କିନ୍ତୁ ଋତୁରାଜ ଫଟୋ ଉଠାଇବା ପରିବର୍ତ୍ତେ ତାଙ୍କ ସହ ଖରାପ ବ୍ୟବହାର କରିଥିବା ଦେଖିବାକୁ ମିଳିଛି । ଗ୍ରାଉଣ୍ଡମ୍ୟାନଙ୍କୁ ହାତରେ ଧକ୍କା ଦେଇ ବିଦା କରିବାକୁ ଚେଷ୍ଟା କରିଥିଲେ । ତେବେ ସେ ଆଉଥରେ ଫଯୋ ନେବାକୁ ଚେଷ୍ଟା କରିବାରୁ ତାଙ୍କୁ ଯିବା ପାଇଁ କହି ଫଟୋ ଉଠାଇ ନଥିଲେ ଋତୁରାଜ । ଏହି ଘଟଣାର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ଋତୁରାଜଙ୍କର ଏଭଳି କାରନାମା ଦେଖି ଲୋକେ ଋତୁରାଜଙ୍କୁ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି । ଭିଡିଓରେ ବିଭିନ୍ନ ପ୍ରକାର କମେଣ୍ଟ ଲେଖି ଋତୁରାଜଙ୍କ ପ୍ରତି ନାରାଜ ଭାବ ଦେଖାଇଛନ୍ତି ଖେଳପ୍ରେମୀ । ୨୦୨୦ ଆଇପିଏଲ ସିଜନରେ ଦମଦାର ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ ଋତୁରାଜ । ଏହାପରେ ୨୦୨୧ ସିଜନ ଆଇପିଏଲ ପ୍ରଦର୍ଶନ ପରେ ଟିମ ଇଣ୍ଡିଆରେ ସେ ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.