fbpx

(Video) ଜନଗହଳି ରାସ୍ତାରେ ପୋଲିସ ଉପରକୁ ମରଣାନ୍ତକ ଆକ୍ରମଣ: ‘ହିରୋ’ ପରି ସାମ୍ନା କଲେ ସବ୍ ଇନ୍ସପେକ୍ଟର

ନୂଆଦିଲ୍ଲୀ: କେରଳ ପୋଲିସ ଉପରେ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ଆକ୍ରମଣର ଏକ ଭିଡିଓ ଜାରି ହୋଇଛି, ଯେଉଁଥିରେ ଆକ୍ରମଣକାରୀକୁ ଜଣେ ପୋଲିସ ଅଧିକାରୀ ବାହାଦୂରୀ ସହ ସାମ୍ନା କରିଥିବା ଦେଖିବାକୁ ମିଳିଛି । କେରଳ ପୋଲିସ ଏହି ଭିଡିଓକୁ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି ।

ଖବର ଅନୁସାରେ, ଏହି ଘଟଣାଟି କେରଳର କାୟମକୁଲମ ନିକଟସ୍ଥପାରା ଜଙ୍କସନ୍ ନିକଟରେ ଘଟିଥିଲା । ଭିଡିଓରେ ଦେଖିବାକୁ ମିଳିଛି କି, ରାସ୍ତା ନିକଟରେ ପୂର୍ବରୁ ଥିବା ସ୍କୁଟି ନିକଟରେ ଅଟକିଥିଲା ପୋଲିସ ଗାଡ଼ି । ଏହାକୁ ଦେଖି ସ୍କୁଟିରେ ଥିବା ଲୋକଜଣକ ଏକ ଧାରୁଆ ଅସ୍ତ୍ର ବାହାର କରିଥିଲା ଓ ପୋଲିସ ଉପରକୁ ଆକ୍ରମଣ କରିଥିଲା ।

ଏପରି ପରିସ୍ଥିତିରେ ପୋଲିସ କର୍ମୀ ମଧ୍ୟ ନିଜକୁ ରକ୍ଷା କରିବାକୁ ଯାଇ ଆକ୍ରମଣକାରୀକୁ ତଳେ ପକାଇ ପରାସ୍ତ କରିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ପୋଲିସକର୍ମୀଙ୍କୁ ସମର୍ଥନ କରିଥିଲେ । ଏହି ଘଟଣାରେ ପୋଲିସକର୍ମୀ ମଧ୍ୟ ଗୁରୁତର ଆହତ ହୋଇଥିଲେ ଓ ତାଙ୍କୁ ୭ଟି ଷ୍ଟିଜ୍ କରିବାକୁ ପଡିଥିଲା । ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ଶ୍ୱାତି ଲାକ୍ରା ସେୟାରେ କରିବା ସହ କେରଳର ଏହି ବାହାଦୂର ସବ ଇନ୍ସପେକ୍ଟରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Get real time updates directly on you device, subscribe now.