fbpx

ଅଗ୍ନିପଥ ଯୋଜନାକୁ ନେଇ ବ୍ୟାକ୍‌ଫୁଟ୍‌ରେ କେନ୍ଦ୍ର ସରକାର, ଅଶାନ୍ତ ଯୁବକଙ୍କୁ ମନାଇବାକୁ ଚଲାଇଛନ୍ତି ପ୍ରଚେଷ୍ଟା

ନୁଆଦିଲ୍ଲୀ: ବଡ଼ ଉତ୍ସାହର ସହିତ ସରକାର “ଅଗ୍ନିପଥ’ ଯୋଜନା ଘୋଷଣା କରିବା ପରେ ଏହାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ ଲାଗି ରହିଛି। ସଶସ୍ତ୍ର ବଳରେ ସ୍ୱଳ୍ପକାଳିନ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା “ଅଗ୍ନିପଥ’କୁ ବିରୋଧ କରି ୧୨ରୁ ଅଧିକ ରୋଜ୍ୟରେ ବିକ୍ଷୋଭ ଜାରି ରହିଛି। ଏହି ଯୋଜନା ବିଷୟରେ କେନ୍ଦ୍ର ସରକାର ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ତାହାର ପ୍ରଭାବ ଯୁବକମାନଙ୍କ ଉପରେ ପଡ଼ୁ ନାହିଁ। କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦ୍ୱାରା ସେମାନଙ୍କର କ୍ୟାରିୟର ନଷ୍ଟ ହୋଇଯିବ ବୋଲି ସେମାନେ କହି ବିରୋଧ ପ୍ରଦର୍ଶନ କରୁଛନ୍ତି।

ଏହି ଯୋଜନା ବିରୁଦ୍ଧରେ କେତେକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି। ଚାରିବର୍ଷ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ନେଇ ଯୁବକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି। ୧୮ ବର୍ଷରେ ଚାକିରି ପାଇଥିବା ଯୁବକ ୨୨ ବର୍ଷରେ ବେରୋଜଗାର ହୋଇଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଏବଂ ସମୋନେ ପ୍ରଶ୍ନ କରୁଛନ୍ତି ଯେ, ଗୋଟେ ଚାଷି ମୁଲିଆ ପରିବାରର ଯୁବକ ଚାରି ବର୍ଷ ପରେ କ’ଣ କରିବ। ଏଭଳି ସ୍ଥିତିରେ ଏହି ଯୋଜନାର ଘୋଷଣା ପରେ କେନ୍ଦ୍ର ସରକାର ଏହି ଯୋଜନାରେ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ କରି ପ୍ରଦର୍ଶନ କରୁଥିବା ଯୁବକଙ୍କୁ ଶାନ୍ତ କରିବାକୁ ପ୍ରୟାସ କରିଥିଲେ।

ସେହିପରି ନିଯୁକ୍ତିର ଚାରି ବର୍ଷପରେ ୭୫% ସୈନିକଙ୍କୁ ସରକାର ବାହାର କରିଦେବେ। ଏହାପରେ କମ୍ ବୟସରେ ଜଣେ ଯୁବକ ସରକାରୀ ଚାକିରି କରିବା ପରେ ମଧ୍ୟ ବେରୋଜଗାର ହୋଇଯିବ। ତେବେ ଏଭଳି ସମସ୍ୟାର ସମାଧାନ ଲାଗି କେନ୍ଦ୍ର ସରକାର ଏକ ରାସ୍ତା ବାହାର କରିଛନ୍ତି। ରକ୍ଷା ମନ୍ତ୍ରଲାୟ ଘୋଷଣା କରିଥିଲେ କି, ଚାରିବର୍ଷର ଚାକିରି ପରେ ଅଗ୍ନୀବୀର ମାନଙ୍କୁ ରକ୍ଷାମନ୍ତ୍ରାଳୟର ନିଯୁକ୍ତି ମାନଙ୍କରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ। ଏହା ପୁର୍ବରୁ ୧୮ ତାରିଖ ଦିନ ସରକାର ଘୋଷଣା କରିଥିଲେ ଯେ, ଅଗ୍ନିବୀର ମାନଙ୍କୁ ସିଏପିଏଫ ଏବଂ ଆସାମ୍ ରାଇଫଲ୍ସରେ ୧୦% ସଂରକ୍ଷଣ ମିଳିବ।

ଅଗ୍ନିପଥ ଯୋଜନାର ଘୋଷଣା ପରେ ଯୁବକମାନେ ଚିନ୍ତା ପ୍ରକଟ କରିଥିଲେ ଯେ, କରୋନା ମହାମରୀ ସମୟରେ ଗତ ଦୁଇବର୍ଷ ଧରି ସେନାରେ ନିଯୁକ୍ତି ବନ୍ଦ ରହିଛି। ଅଗ୍ନିପଥ ଯୋଜନାରେ ନିଯୁକ୍ତି ପାଇଁ ସେମାନେ ବୟସସୀମା ଅତିକ୍ରମ କରିଯାଇଥିବା କହିଥିଲେ କିଛି ଛାତ୍ର । କାରଣ ଅଗ୍ନିପଥ ଯୋଜନାରେ ନିଯୁକ୍ତି ପାଇଁ ବୟସ ସୀମା ୧୭ରୁ ୨୧ ରହିଛି । ତେବେ ରକ୍ଷାମନ୍ତ୍ରଳାୟ ଅଗ୍ନିପଥ ଯୋଜନାରେ ନିଯୁକ୍ତି ପାଇଁ ସବୟସସୀମାକୁ ୨୧ରୁ ବୃଦ୍ଧି କରି ୨୩ କରିଥିଲେ।

କରୋନା କାରଣରୁ ଗତ ଦୁଇ ବର୍ଷ ମଧ୍ୟରେ କୌଣସି ନିଯୁକ୍ତି ହୋଇନଥିବା ହେତୁ ଏହି ନିଷ୍ପତ୍ତି ନିଆଯାଇଛି। ଏହିପରି ଭାବରେ, ୨୦୨୨ ବ୍ୟାଚ୍ ର ଅଗ୍ନିବୀର ୨୮ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରଣାଳୟର ଚାକିରି ପାଇଁ ଆବେଦନ କରିବାକୁ ସମର୍ଥ ହେବେ ଏବଂ ସାଧାରଣତଃ ସେମାନେ ପ୍ରତିରକ୍ଷା ମନ୍ତ୍ରଣାଳୟର ଚାକିରି ପାଇଁ ୨୬ ବର୍ଷ ଦ୍ୱାଦଶ ପାସ୍ ସାର୍ଟିଫିକେଟ୍ ପର୍ଯ୍ୟନ୍ତ ଆବେଦନ କରିବାକୁ ଯୋଗ୍ୟ ହେବେ।

ଏହା ପରେ ତାଙ୍କୁ ୪ ବର୍ଷ କାମ କରିବାକୁ ପଡିବ। ଏହି ପରିସ୍ଥିତିରେ ସେ ଅଧ୍ୟୟନ ଜାରି ରଖିବାକୁ ଚିନ୍ତିତ ହୋଇପାରନ୍ତି। ଏହି ସମସ୍ୟାର ସମାଧାନ ପାଇଁ, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ (ଏନଆଇଏସ୍‌) ମାଧ୍ୟମରେ ବିଦ୍ୟାଳୟ ଶିକ୍ଷା ବିଭାଗ ତାଙ୍କୁ ଦ୍ୱାଦଶ ମାନ୍ୟତା ପର୍ଯନ୍ତ ଅଧ୍ୟୟନ କରିବାର ବିକଳ୍ପ ମିଳିବ। ଏଥିପାଇଁ ଏନଆଇଏସ୍ ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ ଯାଉଛି।

 

Get real time updates directly on you device, subscribe now.