fbpx

BRS ସରକାରଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଲଗାଇଲେ ରାହୁଲ ଗାନ୍ଧୀ, କହିଲେ ମୁଖ୍ୟମନ୍ତ୍ରୀ ଚୋରାଇଛନ୍ତି ଜନତାଙ୍କ ଟଙ୍କା

Advertisement

ତେଲେଙ୍ଗାନା: ରାଜ୍ୟର ୧୧୯ଟି ବିଧାନସଭା ସିଟରେ ୩୦ ନଭେମ୍ବର ଦିନ ମତଦାନ ହେବ । ଏହାର ଫଳାଫଳ ୩ ଡିସେମ୍ବର ଦିନ ଘୋଷଣା ହେବ । ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ନିର୍ବାଚନ ରାଲି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସମସ୍ତ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଲାଗିପଡିଛନ୍ତି । କଂଗ୍ରେସ ମଧ୍ୟ ଏହି ଦୌଡରେ ଓହ୍ଲାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଅର୍ଥାତ ୩୧ ଅକ୍ଟୋବର ଦିନ କୋଲ୍ଲାପୁରରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ଏହାରି ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱ ପାର୍ଟୀ ଉପରେ ଅଭିଯୋଗ ଆଣିଛନ୍ତି ।

କୋଲ୍ଲାପୁରରେ ନିର୍ବାଚନ ରାଲିକୁ ସମ୍ବୋଧିତ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ, ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରିଛନ୍ତି । ସେ ବିଆରଏସ ଉପରେ ଭ୍ରଷ୍ଟାଚାରର ଅଭିଯୋଗ ଆଣିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ତେଲେଙ୍ଗାନା ରାଜ୍ୟର ଗଠନ ପଛରେ ଜନତାଙ୍କର ଯେଉଁ ଆଶା ଆଂକାକ୍ଷା ଥିଲା, ତାଙ୍କ ସହ ବିଶ୍ୱାସଘାତ ହୋଇଛି ।

ସେ ଆଗକୁ କହିଛନ୍ତି ଯେ, ରାଜ୍ୟର କଲେଶ୍ୱରମ ପ୍ରକଳ୍ପ ଆପଣଙ୍କ ପାଇଁ ଏକ ବଡ଼ ବିଶ୍ୱାସଘାତକତା । ଟଙ୍କା ଜନତା ଏବଂ ତାଙ୍କ ଭବିଷ୍ୟତ ପାଇଁ ଅଟେ ହେଲେ ମୁଖ୍ୟମନ୍ତ୍ରୀ ଗରିବ, କୃଷକ ଏବଂ ଦିନ ମଜୁରିଆଙ୍କ ୧ ଲକ୍ଷ କୋଟି ଟଙ୍କା ଖାଇଛନ୍ତି । କାଲେଶ୍ୱରମ ପ୍ରକଳ୍ପର କିଛି ସ୍ତମ୍ଭ ଭାଙ୍ଗିଯିବାର ରିପୋର୍ଟ ମଧ୍ୟ ଆସିଥିଲା । ଏହି ରିପୋର୍ଟରେ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ, ବୈରାଜ ସ୍ତମ୍ଭ ଭାଙ୍ଗିଯାଉଛି । ସେ ଆଗକୁ କହିଛନ୍ତି ଯେ, କେବଳ ସୁଧ ଟଙ୍କା ଦେବା ପାଇଁ ରାଜ୍ୟ ପ୍ରତି ପରିବାରକୁ ୨୦୪୦ ପର୍ଯ୍ୟନ୍ତ ୩୧ ହଜାର ଟଙ୍କାର ଅତିରିକ୍ତ ବୋଝ ଉଠାଇବାକୁ ପଡିବ ।

Get real time updates directly on you device, subscribe now.