fbpx

କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖଦ ଖବର । ଜଣେ ରାଜନେତାଙ୍କୁ ଗୁଳି କରି କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି । କିଛି ଅଜଣା ବ୍ୟକ୍ତି ଅଚାନକ ଆସି ଗୁଳିମାଡ଼ କରି ଚାଲିଯାଇଥିଲେ । ନିଜର ବନ୍ଧୁଙ୍କ ସହିତ ତାସ୍ ଖେଳୁଥିବା ସମୟରେ କଂଗ୍ରେସ ନେତାଙ୍କ ଉପରେ ଅଚାନକ ଗୁଳିମାଡ଼ କରାଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପରିସ୍ଥିତି ସରଗରମ୍ ରହିଛି ।

ସୂଚନା ମୁତାବକ, ପଶ୍ଚିମବଙ୍ଗରୁ ଆସିଛି ଏଭଳି ଏକ ଦୁଃଖଦ ଘଟଣା । ରାଜ୍ୟର ମୁର୍ଶିଦାବାଦ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଯାଇଛି । ମୃତ କଂଗ୍ରେସ କର୍ମୀ ଫୁଲଚାନ୍ଦ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କ ବିଷୟରେ କୌଣସି ତଥ୍ୟ ଜଣାପଡ଼ିନାହିଁ । କିଛିଦିନ ପୂର୍ବରୁ ଫୁଲଚାନ୍ଦ କେରଳରୁ ଆସିଥିଲେ । ଆଜି ସନ୍ଧ୍ୟା ସମୟରେ ଏହି ଅଘଟଣ ଘଟିଥିଲା । ଖରଗ୍ରାମ ଥାନା ଅନ୍ତର୍ଗତ ରତ୍ନପୁର ନାଳଦୀପ ଠାରେ ଏହି ଘଟଣା ଘଟିଥିଲା ।

ଫୁଲଚାନ୍ଦ ଜଣେ ପ୍ରବାସୀ ଶ୍ରମିକ ହୋଇଥିଲେ ହେଁ ସେ କଂଗ୍ରେସର ଜଣେ ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ସେ କେରଳରେ କାର୍ଯ୍ୟ କରୁଥିଲେ ଓ ୧୦ ଦିନ ପୂର୍ବରୁ ସେ ପଶ୍ଚିମବଙ୍ଗ ଆସିଥିଲେ । ତେବେ ଗୋଟିଏ ଗ୍ରୁପର ସଦସ୍ୟମାନେ ଏହି କାଣ୍ଡ ଭିଆଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଏହି ଗୁଳିମାଡ଼ ପରେ ଫୁଲଚାନ୍ଦଙ୍କୁ ସଙ୍ଗେସଙ୍ଗେ କାଣ୍ଡି ସବଡିଭିଜନ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଅଘଟଣ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ କଂଗ୍ରେସର ବହୁ ବରିଷ୍ଠ କର୍ମୀ ଫୁଲଚାନ୍ଦଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.