fbpx

ବରିଷ୍ଠ ସାମ୍ବାଦିକଙ୍କ ପରଲୋକ: ‘ଦୈନିକ ଭାସ୍କର’ର ରାଜନୈତିକ ସମ୍ପାଦକ ଅବନୀଶ ଜୈନ ଆଉ ନାହାନ୍ତି

ନୂଆଦିଲ୍ଲୀ: ସାମ୍ବାଦିକତା କ୍ଷେତ୍ରରୁ ଆସିଛି ଏକ ଦୁଃଖଦ ଖବର । ଜଣେ ବରିଷ୍ଠ ସାମ୍ବାଦିକଙ୍କ ପରଲୋକ ଘଟିଛି । ‘ଦୈନିକ ଭାସ୍କର’ର ରାଜନୈତିକ ସମ୍ପାଦକ ଅବନୀଶ ଜୈନ ଆଉ ନାହାନ୍ତି । ମଧ୍ୟପ୍ରଦେଶର ଇନ୍ଦୋରରେ ଅବନୀଶ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେ ଏକ ଘରୋଇ ହସ୍ପିଟାଲରେ ଆରପାରିକୁ ଚାଲିଯାଇଥିବା ତାଙ୍କର ବନ୍ଧୁ ପରିଜନମାନେ ସୂଚନା ଦେଇଛନ୍ତି ।

ପୂର୍ବରୁ ଶ୍ରୀ ଜୈନ ଲିଭର ସିରୋସିସ ରୋଗରେ ପୀଡ଼ିତ ଥିଲେ । ତେଣୁ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ନ ହେବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ଇନ୍ଦୋର ନିଆଯାଇଥିଲା । ମାତ୍ର ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ମୃତ୍ୟୁରେ ସାମ୍ବାଦିକତା ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

ଇନ୍ଦୋର ହସ୍ପିଟାଲରେ ଶ୍ରୀ ଜୈନଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ମାତ୍ର ଡାକ୍ତରଙ୍କ ସମସ୍ତ ପ୍ରୟାସ ପରେ ବି ସେ ବଞ୍ଚିନଥିଲେ । ପରିବାର ଶ୍ରୀ ଜୈନଙ୍କର ଧର୍ମପତ୍ନୀ ଓ ପୁଅ ରହିଛନ୍ତି । ଅବନୀଶଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କୃଷିମନ୍ତ୍ରୀ କମଳ ପଟେଲ ଓ ରାଜ୍ୟ କଂଗ୍ରେସ ସଭାପତି କମଲ ନାଥଙ୍କ ସହିତ ଅନ୍ୟମାନେ ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ୧୯୯୧ରେ ଆଇଆଇଏମସିରୁ ଶ୍ରୀ ଜୈନ ସାମ୍ବାଦିକତା ଶିକ୍ଷା ହାସଲ କରିଥିଲେ । ସେ ସାମ୍ବାଦିକତା କ୍ଷେତ୍ରରେ ୩୦ ବର୍ଷ ଧରି କାର୍ଯ୍ୟ କରିଥିଲେ ।

Get real time updates directly on you device, subscribe now.