ଦୟାରେ ମିଳିବନି ସରକାରୀ ଚାକିରି, ତୁମକୁ ଏହି ପରୀକ୍ଷାରେ ପାସ୍ କରିବାକୁ ପଡିବ: ସୁପ୍ରିମକୋର୍ଟ

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ: ଦୟାରେ ମିଳିବନି ସରକାରୀ ଚାକିରି, ଏଥିପାଇଁ ପରୀକ୍ଷରେ ପାସ୍ କରିବାକୁ ପଡିବ। ଶୁକ୍ରବାର ସୁପ୍ରିମକୋର୍ଟ ଏକ ମାମଲାର ବିଚାର କରିବା ସମୟରେ ଏହି ରେ ଶୁଣାଇଛନ୍ତି। ଏକ ମାମଲାର ଶୁଣାଣି କରି ଦୟା ଆଧାରରେ ମିଳିଥିବା ଚାକିରିରେ ଶିକ୍ଷାଗତ ଏବଂ ବୃତ୍ତିଗତ ଯୋଗ୍ୟତା ପୂରଣ କରିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ଏପରି ନୁହେଁ କି ଏହି କ୍ଷେତ୍ରରେ ଯଦି ଜଣେ ବ୍ୟକ୍ତି ଯୋଗ୍ୟତା ପୂରଣ କରିବାରେ ବିଫଳ ହେଲେ ତାଙ୍କୁ ଏକ ନିମ୍ନ ଶ୍ରେଣୀରେ ରଖି ଦିଆଯିବ। ଦୟା ଆଧାରରେ ଦିଆଯାଇଥିବା କାର୍ଯ୍ୟ ଏକ ଅଧିକାର ନୁହେଁ ବୋଲି କୋର୍ଟ କହିଛନ୍ତି। ଏଥିପାଇଁ ଯୋଗ୍ୟତା ପୂରଣ କରିବା ଆବଶ୍ୟକ।

ଏହି ନିଷ୍ପତ୍ତି ପ୍ରଦାନ କରି ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱ ବେଞ୍ଚ ଅନୁକପା ଆଧାରରେ ଚାକିରୀ ହରାଇଥିବା ବ୍ୟକ୍ତିଙ୍କୁ ଥଇଥାନ କରିବାକୁ ମନା କରିଦେଇଛି। ଶୁଣାଣି ହେଉଥିବା ମାମଲାରେ ଡ୍ରାଇଭରଙ୍କ ପିତାଙ୍କ ମୃତ୍ୟୁ ପରେ ରେହାନଙ୍କୁ ପରିସଂଖ୍ୟାନ ବିଭାଗରେ ଜୁନିଅର ଆସିଷ୍ଟାଣ୍ଟ ଚାକିରି ଦିଆଯାଇଥିଲା। ତାଙ୍କୁ ମୌଳିକ କମ୍ପ୍ୟୁଟରର ବିଭାଗୀୟ ପରୀକ୍ଷା ଏବଂ ଟାଇପିଂ ଏବଂ ସର୍ବନିମ୍ନ ମାର୍କ ସ୍କୋର କରିବାକୁ କୁହାଯାଇଥିଲା। ତେବେ ସେ କମ୍ପ୍ୟୁଟର ଏବଂ ଟାଇପିଂ ପରୀକ୍ଷାରେ ବିଫଳ ହୋଇଥିଲେ।

ଏହା ପରେ ତାଙ୍କୁ ଆଉ ଏକ ସୁଯୋଗ ଦିଆଗଲା ଏବଂ ଏହି ଅବସରରେ ସେ ଟାଇପିଂ ଟେଷ୍ଟ ମଧ୍ୟ ଦେଇ ପାରିଲେ ନାହିଁ। ଏହା ଉପରେ ପରିସଂଖ୍ୟାନ ଅଧିକାରୀ ତାଙ୍କୁ ଚାକିରିରୁ ବରଖାସ୍ତ କରିଥିଲେ। ପରେ ତାଙ୍କ ବିରୋଧରେ ଏହି ନିଷ୍ପତିକୁ ସେ ଆହ୍ଲାବାଦ ହାଇକୋର୍ଟରେ ଏହି ଆଦେଶକୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଯଦି ସେ ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇବାକୁ ଯୋଗ୍ୟ ନୁହଁନ୍ତି, ତେବେ ତାଙ୍କୁ ଚତୁର୍ଥ ଶ୍ରେଣୀରେ ଚାକିରି ଦିଆଯାଉ।

ତେବେ ୟୁପି ସରକାର ଏହା ବିରୋଧରେ ବେଞ୍ଚରେ ଆବେଦନ କରିଥିଲେ ମଧ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହା ପରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆବେଦନ କରି କହିଛନ୍ତି ଯେ ହାଇକୋର୍ଟଙ୍କ ଆଦେଶ ଠିକ୍ ନୁହେଁ।

 

Get real time updates directly on you device, subscribe now.