fbpx

ଦୁର୍ଘଟଣା ପାଲଟିଲା ଅଭିଶାପ! ପିକଅପରେ ଯାଉଥିଲେ ଗୋଟିଏ ପରିବାରର ୨୫ ଯାତ୍ରୀ, ୮ ଜଣ ଆଉ ନାହାନ୍ତି, ୧୭ ମୃତ୍ୟୁ ସହ ଲଢ଼ୁଛନ୍ତି

ନୂଆଦିଲ୍ଲୀ: ଦୁର୍ଘଟଣା ମଣିଷ ପାଇଁ କୌଣସି ଅଭିଶାପ ଠାରୁ କମ୍ ନୁହେଁ । ଆଜିକାଲି ରାସ୍ତାଘାଟରେ ବଡ଼ ବଡ଼ ଦୁର୍ଘଟଣା ଘଟି ବହୁ ନିରୀହ ଜୀବନ ଅକାଳରେ ଚାଲିଯାଉଛି । ଅନେକ ସମୟରେ ଡ୍ରାଇଭରଙ୍କ ଅସାବଧାନତା, ମଦ୍ୟପାନ କାରଣରୁ ମଧ୍ୟ ଅନେକ ମୃତ୍ୟୁବରଣ କରିବା ସହ ଆଉ କିଛି ଆହତ ହୋଇଥାନ୍ତି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଦୁର୍ଘଟଣାରେ ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନା ମୁତାବକ, ଏକ ପିକଅପରେ ଗୋଟିଏ ପରିବାରର ୨୫ ଜଣ ଯାତ୍ରୀ ଯାଉଥିଲେ । ଦୁର୍ଭାଗ୍ୟବଶତଃ ଏକ ପାହାଡ଼ିଆ ଅଞ୍ଚଳରେ ଯାତ୍ରୀମାନେ ଯାଉଥିବା ସମୟରେ ପିକଅପ୍ ଭ୍ୟାନ ଏକ ଗଭୀର ଖାଇ ମଧ୍ୟକୁ ଖସି ପଡ଼ିଥିଲା । ଫଳରେ ଉକ୍ତ ପରିବାରର ୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଯାତ୍ରୀ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗମ୍ଭୀର ରହିଥିବା ଜଣାପଡ଼ିଛି । ଏହି ଦୁଃଖଦ ଘଟଣା ପରେ ଉକ୍ତ ପରିବାରର ସଦସ୍ୱାନେ ଏବେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି ।

ପଶ୍ଚିମ-ଉତ୍ତର ପାକିସ୍ତାନରୁ ଆସିଛି ଏଭଳି ଏକ ଖବର । ତେବେ ମୃତକଙ୍କ ମଧ୍ୟରେ ଦୁଇଜଣ ଶିଶୁ ରହିଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହିତ ଆହତଙ୍କୁ ଉଦ୍ଧାର କରି ନିଟକସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା । ହସଖୁସିରେ ପରିବାରର ସଦସ୍ୟମାନେ ଉପର ଦୀରରୁ ଚିତ୍ରାଳ ଅଭିମୂଖେ ଯାଉଥିଲେ । ମାତ୍ର ଏହି ସମୟରେ ଅଚାନକ ମାଡ଼ି ଆସିଥିଲା ଏକ ଭୟଙ୍କର ବିପଦ । ହଠାତ୍ ଗାଡ଼ି ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ଫଳରେ ପିକଅପ୍ ଏକ ଗଭୀର ଖାଇ ମଧ୍ୟକୁ ଖସି ପଡ଼ିଥିଲା । ନିମିଷକ ମଧ୍ୟରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା ।

Get real time updates directly on you device, subscribe now.