fbpx

ଏତେ ଶସ୍ତା, ଆଜି ରିଚାର୍ଜ କରନ୍ତୁ: ମାସକୁ ମାତ୍ର ୧୨୬ ଟଙ୍କା ଖର୍ଚ୍ଚ କରନ୍ତୁ, ଦୈନିକ ମିଳିବ ୨ ଜିବି ଡାଟା!

ନୂଆଦିଲ୍ଲୀ: ଆଜିକାଲି ସମସ୍ତଙ୍କର ପାଖରେ ସ୍ମାର୍ଟଫୋନ ରହିଥିବା ବେଳେ ସମସ୍ତେ ଶସ୍ତା ପ୍ଲାନ ସନ୍ଧାନରେ ରହିଥାନ୍ତି । ଗ୍ରାହକଙ୍କୁ ରୁଚିକୁ ଦୃଷ୍ଟିରେ ରଖି ଟେଲିକମ୍ କମ୍ପାନୀମାନେ ମଧ୍ୟ ନୂଆ ନୂଆ ଆକର୍ଷଣୀୟ ଅଫର ସବୁ ଲଞ୍ଚ କରିଥାନ୍ତି । ତେବେ ଆପଣମାନେ ଯଦି ଶସ୍ତାରେ ଡାଟା ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଏନେଇ ଆସିଛି ଏକ ବଢ଼ିଆ ଅଫର । ଆପଣମାନେ ମାସକୁ ମାତ୍ର ୧୨୬ଟି ଖର୍ଚ୍ଚ କରି ଦୈନିକ ୨ ଜିବି ଡାଟା ପାଇ ପାରିବେ ।

ସୂଚନା ମୁତାବକ, ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ନେଇ ଆସିଛି ଏଭଳି ଏକ ଖାସ୍ ଅଫର । ଏହି ପ୍ଲାନରେ ଆପଣଙ୍କୁ ଦୈନିକ ୨ ଜିବି ଡାଟା ପୂରା ଏକ ବର୍ଷ ପାଇଁ ମିଳିପାରିବ । ଏଥିସହିତ ଗ୍ରାହକଙ୍କୁ ଅନଲିମିଟେଡ୍ ଭଏସ୍ କଲିଂ ସୁବିଧା ମଧ୍ୟ ମିଳୁଛି । ତା’ ସହିତ ଦୈନିକ ୧୦୦ଟି ଏସଏମଏସ୍ ମାଗଣାରେ ପଠାଇ ପାରିବେ । ହାଇସ୍ପିଡ ଡାଟା ସରିବା ପରେ ଏଥିରେ ଆପଣଙ୍କୁ ୪୦ କେବିପିଏସର ଇଣ୍ଟରନେଟ ସ୍ପିଡ୍ ମିଳିବ ।

ଯଦି ଆପଣମାନେ ଏହି ପ୍ଲାନକୁ ଥରେ ରିଚାର୍ଜ କରୁଛନ୍ତି ତେବେ ବର୍ଷ ସାରା ପାଇଁ ଆପଣଙ୍କୁ ଆଉ ଅନ୍ୟ କୌଣସି ପ୍ଲାନ ନେବାର ଆବଶ୍ୟକତା ନାହିଁ । ପ୍ରତ୍ୟେକ ମାସରେ କିମ୍ବା କିଛି ମାସ ବ୍ୟବଧାନରେ ଆପଣଙ୍କୁ ପୁନର୍ବାର ରିଚାର୍ଜ ଟେନସନ ନେବାକୁ ପଡ଼ିବନି । ତେବେ ବର୍ଷକୁ ୧୫୧୫ ଟଙ୍କାକୁ ଭାଗ କଲେ ପ୍ରତି ମାସରେ ଆପଣଙ୍କୁ ପାଖାପାଖି ୧୨୬ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏତେ କମ୍ ଟଙ୍କାରେ ରିଚାର୍ଜ କରି ଆପଣ ଦୈନିକ ୨ ଜିବି ଡାଟା ପାଇପାରିବେ । ଏହି ଶସ୍ତା ଅଫରକୁ ଜମା ହାତଛଡ଼ା କରନ୍ତୁ ନାହିଁ ।

Get real time updates directly on you device, subscribe now.