fbpx

ଡିଗ୍ରୀ ଦେଖାନ୍ତୁ ପ୍ରଧାନମନ୍ତ୍ରୀ: ପୁଣି ହାଇକୋର୍ଟ ଦ୍ୱାରସ୍ଥ ହେଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟୀ(ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପିଏମ୍ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀକୁ ନେଇ ପୁଣିଥରେ କୋର୍ଟ ପହଞ୍ଚିଛନ୍ତି । ମାର୍ଚ୍ଚ ମାସରେ ଗୁଜରାଟ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ପୁନଃବିଚାର କରିବାକୁ ଆବେଦନ କରିଛନ୍ତି । ପୁର୍ବରୁ ଗୁଜରାଟ ହାଇକୋର୍ଟ ଗୁଜରାଟ ବିଶ୍ୱବିଦ୍ୟାଳୟର ଯାଚିକାକୁ ସ୍ୱୀକାର କରି କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି) ଆଦେଶକୁ ଖାରଜ କରି ଦେଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସମ୍ବଧିତ ତଥ୍ୟ ଦେବାକୁ କୁହାଯାଇଥିଲା।

କୋର୍ଟ ସିଆଇସି ଆବେଦନକୁ ଖାରଜ କରିବା ସହିତ କେଜ୍ରିୱାଲଙ୍କ ଉପରେ ୨୫ ହଜାର ଟଙ୍କା ଜରିମାନା ଲଗାଇଥିଲେ । ଏବେ ପୁଣି ଏହି ମାମଲାରେ ପୁନଃବିଚାର କରିବାକୁ ଆବେଦନ କରିଛନ୍ତି । ବିଚାରପତି ବୀରେନ ବୈଷ୍ନବ ଶୁକ୍ରବାର ଅରବିନ୍ଦ କେଜୱାଲଙ୍କ ଏହି ଆବେଦନର ଶୁଣାଣି କରିବାକୁ ରାଜି ହୋଇଛନ୍ତି । ଏହା ସହିତ ଗୁଜରାଟ ହାଇକୋର୍ଟ, କେନ୍ଦ୍ର ସରକାର, ସିଅଇସି ଏବଂ ପୁବତ୍ନ ସିଆଇସି କମିଶନର ଏମ୍ ଶ୍ରୀଧର ଙ୍କୁ ନୋଟିସ୍ କରିଛନ୍ତି ।

ଏହି ମାମଲାର ଆଗାମୀ ଶୁଣାଣି ୩୦ ଜୁନ୍ ରେ ହେବ । କେଜ୍ରିୱାଲ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ତରଫରୁ ତତ୍କାଳୀନ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର ୱେବସାଇଟରେ ପିଏମ ମୋଦୀଙ୍କ ଡିଗ୍ରୀ ଉପଲବ୍ଧ । ସେ କହିଛନ୍ତି ଯେ ୱେବସାଇଟ୍ ଚେକ୍ କରିବା ପରେ ସେଠାରେ ‘ଡିଗ୍ରୀ’ ଉପଲବ୍ଧ ନାହିଁ, ବରଂ ଏକ ଓଆର୍ (ଅଫିସ୍ ରେଜିଷ୍ଟର) ପ୍ରଦର୍ଶିତ ହୋଇଛି ବୋଲି ସେ କହିଛନ୍ତି । ଏହା ଉପରେ ଦିଲ୍ଲୀ ସିଏମ୍ ପକ୍ଷରୁ କୁହାଯାଇଛି ଯେ ଏଥିରେ କ ଗ୍ଦର ଣସି ସିଲ୍ କିମ୍ବା ଦସ୍ତଖତ ନାହିଁ । ଏହାର ଯାଞ୍ଚ ଅସମ୍ଭବ ଅଟେ ।

Get real time updates directly on you device, subscribe now.