fbpx

ଏକ ସଙ୍ଗେ ୩ ଟ୍ରେନ ଦୁର୍ଘଟଣାଗ୍ରସ୍ତ: ରେଳ ମରାମତି ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱରର ବାହାନଗାରେ ଘଟିଥିବା ଛାତିଥରା ଟ୍ରେନ ଦୁର୍ଘଟଣାକୁ ଇତିହାସ କେବେ ବି ଭୁଲିବ ନାହିଁ । କ୍ଷଣିକ ମଧ୍ୟରେ ଏହି ଦୁର୍ଘଟଣା ରୂପୀ ଦାନବ ଶହ ଶହ ନିରୀହଙ୍କ ଜୀବନ ନେଇଯାଇଥିବା ବେଳେ ଶହ ଶହ ଯାତ୍ରୀଙ୍କୁ ଆହତ କରିଦେଇଥିଲା । ଏବେ ବି ଶବ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା ବେଳେ ନିଜର ଆତ୍ମୀୟସ୍ୱଜନଙ୍କୁ ଖୋଜି ଖୋଜି ଅନେକଙ୍କର ଆଖିରୁ ଲୁହ ଶୁଖୁନାହିଁ ।

ତେବେ ଦୁର୍ଘଟଣା ପରେ କେନ୍ଦ୍ର ସରକାର, ରେଳ ମନ୍ତ୍ରଣାଳୟ ଓ ବିଭିନ୍ନ ରାଜ୍ୟ ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହିତ ଗୌତମ ଅଦାନୀ, ଆନନ୍ଦ ମହିନ୍ଦ୍ରା, ଅଚ୍ୟୁତ ସାମନ୍ତଙ୍କ ପରି ଶିଳ୍ପପତି, କ୍ରିକେଟର ବିରେନ୍ଦ୍ର ସେହୱାଗଙ୍କ ସମେତ ଅନେକ ସମାଜସେବୀ ପୀଡ଼ିତଙ୍କ ପରିବାରବର୍ଗଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ଏହି ଦୁର୍ଘଟଣାରେ ୧୫ଟି ବଗି ଟ୍ରାକରୁ ବାହାରି ଯାଇଥିଲା । ସନ୍ଧ୍ୟା ପାଖାପାଖି ୬.୫୧ ସମୟରେ ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଏକ ମାଲଗାଡ଼ିକୁ ଧକ୍କା ଦେଇଥିଲା । ଏହାପରେ କରମଣ୍ଡଳରୁ ହାୱଡ଼ା ଏକ୍ସପ୍ରେସ ଧକ୍କା ଦେଇଥିଲା ।

ତେବେ ରେଳ ବିଭାଗ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ହୋଇଥିବା ବେଳେ ଏବେ ଏହି ଦୁର୍ଘଟଣାଗ୍ରସ୍ତ ଟ୍ରେନକୁ ସଜାଡ଼ିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ । ଏକ ରିପୋର୍ଟ ମୁତାବକ, ଟ୍ରେନରେ ସ୍ଲିପର କୋଚ ସଜାଡ଼ିବାକୁ ୧.୫ କୋଟି, ସାଧାରଣ କୋଚ ପାଇଁ ୧ କୋଟି ଓ ଏସି କୋଚ ପାଇଁ ୨ କୋଟି ଖର୍ଚ୍ଚ ହୋଇଥାଏ । ଯଦି ଗୋଟିଏ ଟ୍ରେନରେ ୨୪ଟି କୋଚ ରହିଥିବ ବେତେ ଏହା ଏସି ହୋଇଥିଲେ ସେଥିପାଇଁ ୪୮ କୋଟି ଖର୍ଚ୍ଚ ହୋଇଥାଏ । ତେବେ ବନ୍ଦେ ଭାରତ ଏକ୍ସପ୍ରେସ କ୍ଷେତ୍ରରେ ଏହା ୧୧୫ କୋଟି ହୋଇଥାଏ ବୋଲି କୁହାଯାଉଛି ।

Get real time updates directly on you device, subscribe now.