fbpx

ତାମିଲନାଡ଼ୁର କଂଗ୍ରେସ ବିଧାୟିକା ବିଜୟାଧରାନୀ ବିଜେପିରେ ସାମିଲ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଆଉ କିଛି ମାସ ଥିବାବେଳେ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତା’ ପୂର୍ବରୁ ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ତେବେ ଆଗାମୀ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ତାମିଲନାଡ଼ୁ ବିଧାନସଭାର କଂଗ୍ରେସ ବିଧାୟିକା ଏସ. ବିଜୟାଧରାନୀ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀମତୀ ବିଜୟାଧରାନୀ ଜଣେ କଂଗ୍ରେସ ପରିବାରରୁ ଆସିଥିବା ବେଳେ ତାଙ୍କର ତିନୋଟି ପୀଢ଼ି କଂଗ୍ରେସ ସହ ଜଡ଼ିତ ରହିଥିଲେ । କନ୍ୟାକୁମାରୀ ଜିଲ୍ଲାର ଭିଲାଭାନକୋଡ ଆସନରୁ ସେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ସେ ବିଧାୟିକା ବିଧିବଦ୍ଧ ଭାବେ ନୂଆଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି । ଦଳର ଆଭ୍ୟନ୍ତରୀୟ ରାଜନୀତି କାରଣରୁ ସେ ଦଳ ଛାଡ଼ିଥିବା କହିଛନ୍ତି । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ତିତୁନେଲଭେଲି ଗସ୍ତରେ ଯିବାକୁ ଥିବାବେଳେ ସେହି ଅବସରରେ ବିଧାୟିକାଙ୍କୁ ପଦ୍ମରେ ଭବ୍ୟ ସ୍ୱାଗତ କରାଯିବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.