fbpx
BJD SKY
BJD SKY

Parenting Tips: ଘରେ ପିଲାଙ୍କୁ ଏକୁଟିଆ ଛାଡ଼ି ଯାଉଛନ୍ତି କି ? ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ କରିବେ ଅନୁତାପ

BJD

ଓଡ଼ିଶା ଭାସ୍କର: ଆଜିକାଲି ଉଭୟ ଦମ୍ପତ୍ତି କର୍ମୀଜୀବୀ ହୋଇଥିବାରୁ ପିଲାମାନଙ୍କ ବିଶେଷ ଧ୍ୟାନ ରଖିବା ପାଇଁ ଅସୁବିଧା ହୋଇଥାଏ । ବେଳେ ବେଳେ ପିଲାମାନଙ୍କ ଉପରେ ନଜର ରଖିବା ପାଇଁ ସେମାନେ ଆୟା କିମ୍ବା ସମ୍ପର୍କୀୟଙ୍କୁ ଘରେ ରଖିଥାନ୍ତି । କିନ୍ତୁ ସେମାନଙ୍କ ଉପରେ ବି ବିଶ୍ୱାସ କରିବା କଷ୍ଟକର । ତେଣୁ ଅଧିକାଂଶ ସମୟରେ ମାତା ପିତାମାନେ ପିଲାଙ୍କୁ ଘରେ ଏକୁଟିଆ ଛାଡ଼ି ଯିବା ପାଁଇ ବାଧ୍ୟ ହୋଇଥାନ୍ତି । ଏମିତିରେ ପିଲାଙ୍କ ସୁରକ୍ଷାକୁ ନେଇ ସେମାନେ ସବୁବେଳେ ଚିନ୍ତିତ ଥାନ୍ତି । ଏହି କ୍ଷେତ୍ରରେ ପିଲାଙ୍କୁ କିଛି ଜରୁରୀ କଥା ଶିଖାଇବାକୁ ପଡ଼ିଥାଏ ।

୧. ସୁରକ୍ଷା ନିୟମ: ମାତା ପିତା ପ୍ରଥମେ ପିଲାଙ୍କୁ ଘରର ସୁରକ୍ଷା ନିୟମ ବିଷୟରେ ଅବଗତ କରାନ୍ତୁ । କୌଣସି ଅଜଣା ବ୍ୟକ୍ତିଙ୍କ ପାଇଁ କବାଟ ଖୋଲିବା ଏବଂ କଥାବାର୍ତ୍ତା ନ କରିବା ପାଇଁ ପରାମର୍ଶ ଦେବା ଉଚିତ ।

୨. ଜରୁରୀକାଳୀନ ଯୋଗାଯୋଗ: ପିଲାମାନଙ୍କୁ ଘରେ ଏକୁଟିଆ ଛାଡ଼ୁଥିଲେ ସେମାନଙ୍କୁ ଜରୁରୀ ଯୋଗାଯୋଗ ନମ୍ବର ପ୍ରଦାନ କରନ୍ତୁ । ଯେପରି ପୋଲିସ, ହସ୍ପିଟାଲ, ଆମ୍ବୁଲାନ୍ସ, ଦମକଳ ବାହିନୀ, ବିଶ୍ୱସ୍ତ ସମ୍ପର୍କୀୟ ଇତ୍ୟାଦି । କୌଣସି ଅସୁବିଧା ସମୟରେ ଏହି ନମ୍ବରରେ ସମ୍ପର୍କ କରିବା ପାଇଁ କୁହନ୍ତୁ ।

୩. ଭୋଜନର ପ୍ରବନ୍ଧ: ପିଲାମାନଙ୍କ ପାଇଁ ଭୋଜନର ପୁରା ବ୍ୟବସ୍ଥା ସୁନିଶ୍ଚିତ କରି ଘରୁ ବାହାରକୁ ଯା’ନ୍ତୁ । ଫଳ, ଦହି, ଜୁସ୍‌, ବିସ୍କୁଟ୍‌, ବ୍ରେଡ୍‌, ବଟର ଆଦି ସହଜରେ ପ୍ରସ୍ତୁତ ହୋଇପାରୁଥିବା ଖାଦ୍ୟ ସମଗ୍ରୀ ଘରେ ରଖନ୍ତୁ ।

୪. ମନୋରଞ୍ଜନ ବ୍ୟବସ୍ଥା: ସାଧାରଣତଃ ପିଲାମାନେ ଖେଳିବା ପାଇଁ ଘର ବାହାରକୁ ଯାଇଥାନ୍ତି । କିନ୍ତୁ ଏହି ସମୟରେ ପିଲାମାନଙ୍କ ମନୋରଞ୍ଜନ ପାଇଁ ସେମାନଙ୍କ ପସନ୍ଦର ବହି, ମାଗାଜିନ୍‌, ଭିଡିଓ ଗେମ୍ସ, ଶିକ୍ଷଣୀୟ ପୁସ୍ତକ, ପେଣ୍ଟିଂ ଇତ୍ୟାଦିର ବ୍ୟବସ୍ଥାକୁ ସୁନିଶ୍ଚିତ କରନ୍ତୁ । ଏହା ଦ୍ୱାରା ପିଲାଙ୍କ ରଚନାତ୍ମକ ବିକାଶ ହୋଇଥାଏ ।

 

Get real time updates directly on you device, subscribe now.