fbpx
BJD SKY
BJD SKY

ହାରିଲେ ଥରୁର, ଅଣ ଗାନ୍ଧୀ ଭାବେ ଖଡଗେ ହେଲେ କଂଗ୍ରେସର ନୂତନ ସଭାପତି

BJD

ନୂଆଦିଲ୍ଲୀ:ସରିଲା କଂଗ୍ରେସ ସଭାପତି ନିର୍ବାଚନ । ଆଉ ଶେଷରେ ମଲ୍ଲିକାଜୁର୍ନ ଖଡଗେଙ୍କ ନାମରେ ବାଜିଲା କଂଗ୍ରେସ ର ନୂତନ ସଭାପତି ହେବାର ମୋହର । ଶଶିଥରୁରଙ୍କୁ ହରାଇ ବାଜି ମାରିଲେ ଖଡଗେ । ଦୀର୍ଘ ୨୪ ବର୍ଷ ପରେ ଜଣେ ଅଣଗାନ୍ଧୀ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ତେବେ କଂଗ୍ରେସର ଏହି ସଭାପତି ଆସନ ପାଇଁ ରାଜନୈତିକ ମହଲ ବହୁତ ଗରମଥିଲା । ଅଶୋକ ଗେହଲଟଙ୍କ ଠାରୁ ଆରମ୍ଭ କରି ସଚିନ ପାଇଲଟ କାହିଁ କେତେ ଦିଗବୀଜୟ ନେତା ମାନଙ୍କର ନାମ ଶୂଣିବାକୁ ମିଳୁଥିଲା

କେବଳ ଏତିକି ନୁହେଁ କଂଗ୍ରେସ ସଭାପତି ପାଇଁ ଲାଗୁଥିଲା ଯେପରି ଅନେକ କିଛି ରାଜନୈତିକ ପରିବର୍ତ୍ତନ ମଧ୍ୟ ଆସି ପାରିବ କିନ୍ତୁ ଶେଷରେ ନାମାଙ୍କନ ଭରିବା ବେଳେ ମଲ୍ଲିକାଜୁର୍ନ ଖଡଗେ ଆଉ ଶଶି ଥରୁର କେବଳ ଏହି ନାମାଙ୍କନ ଭରିଲେ ।
ଗାନ୍ଧୀ ପରିବାର ସମର୍ଥନ ସହ ବହୁ କଂଗ୍ରେସ ନେତା ମଲ୍ଲିକାଜୁର୍ନ ଖଡଗେଙ୍କୁ ସମର୍ଥନ କରୁଥିଲେ । ଯାହା ଫଳରେ ସେ ଏହି ନିର୍ବାଚନ ସହଜରେ ଜିତିଯିବେ ବୋଲି ସ୍ପଷ୍ଟ ଭାବେ ଦିଶୁଥିଲା । କିନ୍ତୁ ଥରୁର କହୁଥିଲେ ଯଦି ଆପଣ କଂଗ୍ରେସ ଦଳରେ ପରିବର୍ତ୍ତନ ଚାହୁଁଛନ୍ତି ତେବେ ଆପଣଙ୍କୁ କିଛି ଭିନ୍ନ କରିବାକୁ ପଡିବ ଆପଣ ସଭିଙ୍କୁ ମୋତେ ଭୋଟ ଦେବାକୁ ପଡିବ କିନ୍ତୂ ଥରୁରଙ୍କ ଏହି ସ୍ୱପ୍ନ ଅଧାରେ ରହିଗଲା । ଥରୁରଙ୍କୁ ମାତ୍ର ୧୦୭୨ ଭୋଟ ମିଳିଲା । ଆଉ ଖଡଗେଙ୍କ ବିଶାଳ ବିଜୟ ହୋଇଛି ।

ସୂଚନାମୁତାବକ କଂଗ୍ରେସର ମଙ୍ଗ ଧରିଲେ ମଲ୍ଲିକାର୍ଜୁନ ଖଡ଼ଗେ । ଶଶୀ ଥରୁରଙ୍କୁ ୭ ହଜାରରୁ ଅଧିକ ଭୋଟରେ ହରାଇଲେ। ୨୪ ବର୍ଷ ପରେ ଅଣ ଗାନ୍ଧୀ ସଭାପତିଙ୍କ ପଛରେ ଗାନ୍ଧୀ ପରିବାର ।

Get real time updates directly on you device, subscribe now.