fbpx
BSKY
BJD MC SKY
BJD YOUTH SKY

XXXୱେବ ସିରିଜରେ ପାଟନା ହାଇକୋର୍ଟ ତରଫରୁ ଏକତା କପୁରଙ୍କୁ ଆଶ୍ୱସ୍ତି: ଘୁଞ୍ଚିଲା ଗିରଫ ସମୟ

ନୂଆଦିଲ୍ଲୀ:XXX ୱେବ୍ ସିରିଜ୍ ମାମଲାରେ ନିର୍ମାତା ଏକତା କପୁରଙ୍କୁ ପାଟନା ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛିା ବର୍ତ୍ତମାନ ଏକତା କାପୁର ଏବଂ ମାଆ ଶୋଭା କପୁରଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ବର୍ତ୍ତମାନ ଉଭୟଙ୍କୁ ଗିରଫ ଦାରିରୁ ମୁକ୍ତି ମିଳିଛି । ତେବେ ଅଭିଯୋଗକାରୀଙ୍କୁ ତାଙ୍କ ମାମଲା ଉପସ୍ଥାପନ କରିବାକୁ କୋର୍ଟ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବରରେ ହେବ, ସେପର୍ୟ୍ୟନ୍ତ ଏକତା କପୁରଙ୍କୁ ବେଗୁସରାଇ କୋର୍ଟକୁ ଯିବାର ଆବଶ୍ୟକତା ନାହିଁ।

OTTପ୍ଲାଟଫର୍ମରେ ଦେଖାଯାଇଥିବା ‘ଟ୍ରିପଲ୍ ଏକ୍ସ’ ୱେବ୍ ସିରିଜର ବିଷୟବସ୍ତୁକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ଜଣେ ପୂର୍ବତନ ସୈନିକ ବିହାରର ବେଗୁସରାଇରେ ଏକତା କପୁରଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଅଭିଯୋଗକାରୀ ଅଭିଯୋଗ କରିଥିଲେ ଯେ XXX ୱେବ୍ ସିରିଜର ଏକ ଏପିସୋଡରେ ଦେଶର ସୈନିକଙ୍କ ପତ୍ନୀ ସୈନିକଙ୍କ ୟୁନିଫର୍ମରେ ଅନ୍ୟ ଲୋକଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବାର ଦେଖାଯାଇଥିଲା। ଯାହା ସମଗ୍ର ସାଇନିକ୍ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥିଲା ।

ଏତତ ବ୍ୟତୀତ  ଏହା ସେନା ପ୍ରତି ଅପମାନ ବୋଲି ବିଚାର କରି ଗତ ବର୍ଷ ଅର୍ଥାତ ୨୦୨୧ ମସିହାରେ ବେଗୁସରାଇ କୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା । ଯହାକୁ ନେଇ ଗତ ମାସରେ କୋର୍ଟ ଏକତା କପୁର ଏବଂ ଶୋଭା କପୁରଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ଏହା ପରେ ଟିଭି ନିର୍ମାତା ଉପରେ ମଧ୍ୟ ଏହି ଗିରଫ ଖଣ୍ଡା ଝୁଲୁଥିଲା । ତେବେ ଏକତା ଏବଂ ଶୋଭା କପୁରଙ୍କ ପକ୍ଷରୁ ନିମ୍ନ ଅଦାଲତର ୱାରେଣ୍ଟ ବିରୋଧରେ ହାଇକୋର୍ଟରେ ଏକ ଆବେଦନ କରାଯାଇଥିଲା। ଯେଉଁଠାରୁ ସେମାନେ ବର୍ତ୍ତମାନ କିଛି ସମୟ ପାଇଁ ଆଶ୍ୱସ୍ତି ପାଇଛନ୍ତି ।

Get real time updates directly on you device, subscribe now.