fbpx

ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଚନ୍ଦ୍ରଭାଗା ପୁଷ୍କରିଣୀ: ହବିଷ୍ୟାଳିଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

ଅର୍କକ୍ଷେତ୍ର କୋଣାର୍କ ନିକଟ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀକୁ ପ୍ରଶାସନ କ୍ରମାଗତ ଭାବେ ଅବହେଳା କରୁଥିବା ଅଭିଯୋଗ ହୋଇଛି । କାର୍ତ୍ତିକ ବ୍ରତ ମଧ୍ୟରେ ପ୍ରଶାସନ ତୀର୍ଥ ପୁଷ୍କରିଣୀକୁ ସଫା କରିନାହିଁ । ଦୂରାନ୍ତରୁ ଶହ ହବିଷ୍ୟାଳି ଆସି ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ପ୍ରତ୍ୟେକ ବର୍ଷ ଏଠାରେ ଶହ ଶହ ହବିଷ୍ୟାଳି ହବିସ କରିବା ପାଇଁ ଚନ୍ଦ୍ରଭାଗା ଆସିଥାନ୍ତି । ହବିଷ୍ୟାଳି ଏହି ତୀର୍ଥ ପୁଷ୍କରିଣୀରେ ସ୍ନାନ କରୁଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ହବିଷ୍ୟାଳୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଏପରିକି ପୁଷ୍କରିଣୀ ନିକଟରେ କିମ୍ବା ରାସ୍ତାରେ କୌଣସି ଲାଇଟି ବ୍ୟବସ୍ଥା ନଥିବାରୁ ଅନ୍ଧାର ରାତିରେ ଭୟରେ ସ୍ନାନ କରିବା ପାଇଁ ଯାଇଥାନ୍ତି ବୋଲି କହିଛନ୍ତି ହବିଷ୍ୟାଳିି । ଏଭଳି ପରିସ୍ଥିତିରେ ପିଇବା ପାଣି କଥା ନ କହିବା ଭଲ । ପୁରୀରେ ପ୍ରଶାସନ ପକ୍ଷରୁ ହବିଷ୍ୟାଳୀଙ୍କ ପାଇଁ ଖାଇବା ପିଇବା ଠାରୁ ଆରମ୍ଭ କରି ରହିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କୋଣାର୍କ ତୀର୍ଥ ପୁଷ୍କରିଣୀକୁ ଆସୁଥିବା ହବିଷ୍ୟାଳିଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଫଳରେ ଏହି ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଅପରପକ୍ଷେ ଏହି ତୀର୍ଥ ପୁଷ୍କରିଣୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ସ୍ନାନ କରୁଥିବାବେଳେ ପୁଷ୍କରିଣୀ ସଫା କରିବା ଦିଗରେ ପ୍ରଶାସନ ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳିଛି । ଛୋଟାରାମ ମଠ ଓ ଦରିଆ ମହାବିରିଠାରେ ଶତାଧିକ ହବିଷ୍ୟାଳୀ ରହି ହବିଷ ବ୍ରତ କରଛନ୍ତି । କିନ୍ତୁ ପ୍ରଶାସନିକ ସ୍ତରରେ ଏଥଇପ୍ରତି କୌଣସି ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ଅସନ୍ତୋଷ ଦେଖାଦେଇଛି । ଏହା ଉପରେ ଜିଲ୍ଲା ପ୍ରଶାସନ ମଧ୍ୟ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.