fbpx

UGCର ନୂଆ ପଦକ୍ଷେପ: Cyber Security ପାଠ ପଢ଼ିବେ UG ଓ PG ଛାତ୍ରଛାତ୍ରୀ, ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜକୁ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଦେଶରେ ସାଇବର ଅପରାଧ ମାମଲା ବଢ଼ିବାରେ ଲାଗିଛି । ସାଇବର ସୁରକ୍ଷା ଦିଗରେ ସଚେତନ ହୋଇପାରିଲେ ଜଣେ ନାଗରିକ ଡିଜିଟାଲ କ୍ଷେତ୍ରରେ ନିଜକୁ ସୁରକ୍ଷା ଦେଇପାରିବ । ଏଥିପାଇଁ ଚଳିତ ବର୍ଷ ସାଇବର ଜାଗ୍ରତ ଦିବସ ଅବସରରେ ସାଇବର ସୁରକ୍ଷା କୋର୍ସ ଲଞ୍ଚ କରିଥିଲା ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ।

ଏବେ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଇବର ସୁରକ୍ଷା ପାଠ ପଢ଼ିବେ । ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କୁ ଏହି ପାଠ୍ୟକ୍ରମ ଶିକ୍ଷା ଦିଆଯିବା ନେଇ ପଦକ୍ଷେପ ନେଇଛି ୟୁଜିସି । ଉଭୟ ଶ୍ରେଣୀର ପାଠ୍ୟକ୍ରମରେ ଏହାକୁ ସାମିଲ କରିବା ନେଇ ୟୁଜିସି ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ସାଇବର ସୁରକ୍ଷା ସିଲାବସକୁ ପାଠ୍ୟକ୍ରମରେ ସାମିଲ କରିବା ସଙ୍ଗେସଙ୍ଗେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ୟୁଜିସି ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ସ୍କୁଲ ସ୍ତରର ପିଲାଙ୍କୁ ମଧ୍ୟ ସାଇବର ସୁରକ୍ଷା ଶିକ୍ଷା ଦିଆଯିବାକୁ ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟି (ଏସଏଲବିସି) ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ଫାଇନାନ୍ସିଆଲ ଏଜୁକେସନ (ଏନସିଏଫଇ) ପକ୍ଷରୁ ସାଇବର ସୁରକ୍ଷା ଓ ଡିଜିଟାଲ ଫ୍ରଡ ଇନ୍ ଅନଲାଇନ୍ ବ୍ୟାଙ୍କିଂ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏ ବାବଦରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ସୂଚନା ଦିଆଯାଇଛି । ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଏହି ପାଠ୍ୟକ୍ରମ ପଢ଼ାଇବା ନେଇ ସୁପାରିଶ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.