fbpx

(VIDEO) କୁନି ଛାତ୍ରଙ୍କ ନିଆରା ପାଠପଢା;ଏମିତି ପଢାଇଲେ ଯେ ଦୋହଲିଗଲା କ୍ଲାସ

ଆଜିକାଲି ସୋସିଆଲ ମିଡିଆରେ ଅନେକ ପ୍ରକାର ଘଟଣା ଭାଇରାଲ ହେଉଛି ।କେଉଁଠି ମା ନାଁରେ ୩ ବର୍ଷର ଶିଶୁ ପୋଲିସରେ ଅଭିଯେଗ କରିବାର ଭିଡିଓ ଭାଇରାଲ ହେଉଛି ତ ଆଉ କେଉଁଠି ଶିକ୍ଷୟତ୍ରୀଙ୍କ ସହ ଛାତ୍ର ମଜାଗାର ଭିଡିଓ ଲୋକଙ୍କୁ ହସିବାର ଖୋରାକ ଯୋଗାଉଛି । ତେବେ ଏହିସବୁ ମଧ୍ୟରେ ଫୁଣି ଏକ ଭିଡିଓ ଭାଇରାଲ ହୋଇଛି । ଯହାକୁ ଦେଖିଲେ ଆପଣଙ୍କର ନିଜ ପିଲାଦିନର କଥା ମନେପଡିଯିବ । ଖାସ କରି ପିଲାବେଳେ ବିଦ୍ୟାଳୟରେ ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନେ କିପରି ଆମକୁ ଛିଡା କରାଇ ପାଠ ଡକାଇଥାନ୍ତି ଏବଂ ଆମେ କିପରି ବଡ ପାଟିରେ ପାଠ ଡାକିଥାନ୍ତି ସେହି ସବୁ ଘଟଣା ଆଖିଆଗରେ ନିଚିଯିବ । ତେବେ ଭାଇରାଲ ହେଉଥିବା ଭିଡିଓରେ ସେମିତି କିଛି ଘଟଣା ଦେଖିବାକୁ ମିଳିଛି । ଯେଉଁଠି ଜଣେ କୁନି ଛାତ୍ର କ୍ଲାସ ରୁମରେ ପାଠ ଡାକୁଛି । ତେବେ ସେ ଏମିତି ପାଠ ଡାକୁଛି ଯେ ସତେ ଯେପରି କ୍ଲାସ ରୁମ ଦୋହଲିଯାଉଛି ।

ତେବେ ସେହି ଭିଡିଓରେ ଛାତ୍ର ଜଣକଙ୍କ ପାଠ ଡାକିବା ପାଇଁ ସତେଯେପରି ତାର ସବୁ ବଳ ଲଗାଇ ଦେଇଛି ଏବଂ ଗଳା ଫଟାଇ ପାଠ ଡାକୁଛି । ତାର ଏହି ପାଠ ଡକା ଶୈଳିକୁ ଦେଖିଲେ ମନେ ହେବ ପିଲାଟି ଯେମିତି ଯୁଦ୍ଧ କରିବାକୁ ବାହାରିଛି । ଏମିତି ରଡ଼ି କରି ସେ ପାଠ ଡାକୁଛି ଯେତେ କଷ୍ଟ ଶବ୍ଦ ହେଉ ସବୁ ମନେ ରହିବ ହିଁ ରହିବ । ତେବେ ଏହି ଛାତ୍ର ଜଣକଙ୍କର ଜୋସ ଦେଖି ସାଥି ସହପାଠି ବି ନିଜ ବଳ ଦେଖାଇବାରେ କୌଣସି କସର ଛାଡ଼ୁ ନାହାଁନ୍ତି ।

ପିଲାଟି ଆଖିକୁ ବନ୍ଦ କରି ଯେତେ ବଳ ଅଛି ସେତିକି ବଳରେ ଚିକ୍ରାର କରି ପାଠ ଡାକୁଛି । ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାର ଲାଗିଛି । କିନ୍ତୁ ଏହି ଘଟଣାଟି କେଉଁ ଅଞ୍ଚଳର ତାହା ଜଣାପଡିନାହିଁ । ତେବେ ଏହି କୁନି ପିଲାଟିର ପାଠ ପଢା ଶୈଳୀ ଦେଖିଲେ ଏହା ଆମକୁ ଆମ ଛୋଟବେଳକୁ ନେଇଯିବ ଏଥିରେ ଟିକେ ହେଲେ ସନ୍ଦେହ ନାହିଁ । ତେବେ ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବା ବେଳେ ଏଥିରେ ବିଭିନ୍ନ ପ୍ରକାର ମଜାଦାର କମେଣ୍ଟ ମଧ୍ୟ ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.