fbpx

ସପା ନେତାଙ୍କ ସହ ବିବାହ ରଚିଲେ କଂଗ୍ରେସ ପ୍ରବକ୍ତା ପଙ୍ଖୁଡି

ନୂଆନିଲ୍ଲୀ,୨ ।୧୨: କଂଗ୍ରେସ ମିଡିଆ ପୈନାଲିଷ୍ଟ ପଙ୍ଖୁଡି ପାଠକ ଆଜି ସମାଜବାଦୀ ପାର୍ଟୀର ନେତା ଅନିଲ ଯାଦବଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରାଜଧାନୀ ଦିଲ୍ଲୀର ବସୁନ୍ଧରା ବାଟିକାରେ ହୋଇଥିବା ଏହି ବିବାହରେ ବହୁ ରାଜନେତାଙ୍କ ସମେତ ସେଲିବ୍ରିଟମାନେ ସାମିଲ ହୋଇଥିଲେ ।

ଅନ୍ୟପଟରେ ପଙ୍ଖୁଡି ଓ ଅନିଲଙ୍କୁ ସୋସିଆଲ ମିଡିଆରେ ବହୁ ନେତା ଓ ପ୍ରଂଶସକଳ ମାନେ ଶୁଭେଚ୍ଛା ଜଣାଇଛନ୍ତି । ପଙ୍ଖୁଡି ଓ ଅନିଲ ପ୍ରେମ ବିବାହ କରିଥିବା ରିପୋର୍ଟରୁ ସୂଚନା ମିଳିଛି । ପଙ୍ଖୁଡି ନିଜ ଇଷ୍ଟାଗ୍ରାମ ପେଜରେ ନିଜ ମେହେନ୍ଦୀ ଓ ଅନ୍ୟ ପୋଗ୍ରାମର ଫଟୋ ପୋଷ୍ଟ କରିଥିଲେ । ଅନିଲ ସମାଜବାଦୀ ଦଳର ପୁର୍ବ ରାଷ୍ଟ୍ରୀୟ ପ୍ରବକ୍ତା ରହିଥିବା ବେଳେ ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡିଛି ।

ତେବେ ଅନିଲ ୨୦୧୩ରେ ଜ୍ୟୋତି ଯାଦବଙ୍କ ସହ ବିବାହ ହୋଇଥିବା ବେଳେ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ପଙ୍ଖୁଡିଙ୍କ ସହ ବିବାହ ପୁର୍ବରୁ ଅନିଲ ନାଁରେ ଗମ୍ଭୀର ଅଭିଯୋଗ ଆଣିଥିଲେ ଜ୍ୟୋତି । ପୁଅକୁ ମାରିଦେବାକୁ ଧମକ ଦେଇ ଛାଡପତ୍ର ନେଇଥିଲେ ବୋଲି ଜ୍ୟୋତି କହିଥିଲେ ।

Get real time updates directly on you device, subscribe now.