fbpx

ଅଧ୍ୟାପିକାଙ୍କ ମୃତ୍ୟୁ ମାମଲା, ଆଇଆଇସି ନିଲମ୍ବିତ

ରାଇରଙ୍ଗପୁର,୨ା୧୨(ଓଡ଼ିଶା ଭାସ୍କର): ରାଇରଙ୍ଗପୁରରେ କଲେଜ ଛାତ୍ରୀନିବାସରେ ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣା ଘଟିଥିଲା । ସେହି ଘଟଣାରେ ଆଜି ରାଇରଙ୍ଗପୁର ଝାରପୋଖରିଆ ଆଇଆଇସି ଶରତ ମହାଳିକ ନିଲମ୍ବିତ ହୋଇଛନ୍ତି । ଅଧ୍ୟାପିକା ତାଙ୍କ ସମ୍ପର୍କୀୟଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । କିନ୍ତୁ ଦୁଷ୍କର୍ମ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇନଥିଲା ପୋଲିସ । ସେହିପରି ଗତକାଲି ମଧ୍ୟ କାର୍ଯ୍ୟରେ ଅବହେଳା ଯୋଗୁଁ ମାମଲାର ତଦନ୍ତ ଅଧିକାରୀ ଝାରପୋଖରିଆ ଏସଆଇ ପ୍ରଶାନ୍ତ ସ୍ୱାଇଁ ନିଲମ୍ବିତ ହୋଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ କଲେଜ ହଷ୍ଟେଲରୁ ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଅଧ୍ୟାପିକା ଅକ୍ଟୋବର ୩୦ରେ ତାଙ୍କର ସମ୍ପର୍କୀୟଙ୍କ ବିରୋଧରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ । ତାଙ୍କ ପରିବାର ଲୋକେ ପୋଲିସ କାର୍ଯ୍ୟାନୁଷ୍ଠାନ ବିଳମ୍ବ କରିବାରୁ ଅଧ୍ୟାପିକା ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ।

Get real time updates directly on you device, subscribe now.