fbpx

କାଗଜ ଲାଇସେନ୍ସ ବନ୍ଦ କଲେ ଆରଟିଓ

ଭୁବନେଶ୍ୱର,୨ା୧୨(ଓଡ଼ିଶା ଭାସ୍କର): ଡିସେମ୍ବର ପହିଲାରୁ କଡ଼ାକଡ଼ି ଭାବେ ନୂଆ ଟ୍ରାଫିକ ନିୟମକୁ ଲାଗୁ କରାଯାଇଛି । ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କୁ ତଣ୍ଡ ଗଣିବାକୁ ପଡ଼ୁଛି । ଏନେଇ ଗାଡ଼ିର ଜରୁରୀ କାଗଜ ପତ୍ର କରିବା ପାଇଁ ସବୁ ଆରଟିଓ ଅଫିସରେ ଭିଡ଼ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ଓ ସମସ୍ତଙ୍କ ସୁବିଧା ପାଇଁ କାଗଜ ଲାଇସେନ୍ସକୁ ବନ୍ଦ କରିଛନ୍ତି ଆରଟିଓ । ଏଣିକି ଲର୍ଣ୍ଣିଙ୍ଗ୍ ଲାଇସେନ୍ସ ଓ ଫିଟନେସ ସାର୍ଟିଫିକେଟର କାଗଜ ନକଲ ଆଉ ମିଳିବନି ବୋଲି ସୂଚନା ମିଳିଛି । ଏହା କେବଳ ସ୍ମାର୍ଟକାର୍ଡ଼ ଆକାରରେ ଲାଇସେନ୍ସ ଯୋଗାଇ ଦିଆଯିବ । କାଗଜ ଦସ୍ତାବିଜ ଚାହିଁଲେ ନିର୍ଦ୍ଧାରିତ ଫି ଦେବାକୁ ପଡ଼ିବ । କାଗଜ ଦସ୍ତାବିଜ ଅନଲାଇନରୁ ଡାଉନଲୋଡ଼ କରିବେ ଗାଡ଼ି ଚାଳକ । http://parivahan.gov.inଏହି ୱେବସାଇଟରେ ଉପଲବ୍ଧ ରହିବ ଦସ୍ତାବିଜ ।

Get real time updates directly on you device, subscribe now.