fbpx

‘ମୋ ସରକାର’ ଅଧିନରେ ମହିଳା ଓ ଶିଶୁ ବିକାଶ

ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ‘ମୋ ସରକାର’ରେ ସାମିଲ ହେଲା ମହିଳା ଓ ଶିଶୁ ବିକାଶ ବିଭାଗ । ପ୍ରଥମେ ମମତା କାର୍ଯ୍ୟକ୍ରମକୁ ସାମିଲ କରାଗଲା । ପରେ ମିସନ ଶକ୍ତିକୁ ସାମିଲ କରାଯିବ । ଏନେଇ ଆଜି ମହିଳା ଓ ଶିଶୁ ବିକାଶ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଗତକାଲିଠାରୁ ‘ମୋ ସରକାର’ ଅଧିନରେ ଆସିଛି ‘କାଳିଆ’ ଯୋଜନା । ଏହା ସହ ଅନ୍ୟ ୭ଟି ଯୋଜନା ମଧ୍ୟ ‘ମୋ ସରକାର’ ଅଧିନକୁ ଆସିଛି । ସେହି ଯୋଜନା ଗୁଡିକ ହେଉଛି ଜାତୀୟ ଖାଦ୍ୟ ସୁରକ୍ଷା, ମମତା ଯୋଜନା, ବାହନ, ସାରଥୀ, ଚାଷୀ ପଞ୍ଜିକରଣ, ମିଶନ ଶକ୍ତି । ଏହା ସହ ପାନୀୟ ଜଳ ଯୋଗାଣ ବିଭାଗର କାର୍ଯ୍ୟ ମଧ୍ୟ କାଳିଆ ଯୋଜନାର ଅନ୍ତର୍ଭୁକ୍ତ ହୋଇଛି ।

Get real time updates directly on you device, subscribe now.