fbpx

ଏମଏଫ ହୁସେନଙ୍କ ପେଣ୍ଟିଂକୁ ୨ କୋଟିରେ କିଣିବା ପାଇଁ କଂଗ୍ରେସ ଚାପ ପକାଇଥିଲା, ରାଣା କପୁର EDରେ ଦାଖଲ କରିଥିବା ଚାର୍ଜଶିଟରୁ ହେଲା ଖୁଲାସା

ନୂଆଦିଲ୍ଲୀ: ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଏକ ବିସ୍ଫୋରକ ତଥ୍ୟ ପ୍ରଦାନ ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଚିକିତ୍ସା ନ୍ୟୁୟର୍କରେ ଚାଲିଥିବା ସମୟରେ ଏମଏଫ ହୁସେନଙ୍କ ଏକ ପେଣ୍ଟିଂକୁ ୨ କୋଟି ଟଙ୍କାରେ କିଣିବା ପାଇଁ କଂଗ୍ରେସ ପକ୍ଷରୁ ବାଧ୍ୟ କରାଯାଇଥିଲା । ଫେଡେରାଲ ଆଣ୍ଟି ମନି ଲଣ୍ଡରିଂ ଏଜେନ୍ସି ପକ୍ଷରୁ ସ୍ପେଶାଲ କୋର୍ଟରେ ଦାଖଲ ହୋଇଥିବା ଚାର୍ଜଶିଟରୁ ଏପରି ଭୟଙ୍କର ଖୁଲାସା ହୋଇଛି ।

ଶ୍ରୀ କପୁର ଇଡିକୁ କହିଛନ୍ତି ଯେ, ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଗାନ୍ଧି ପରିବାର ସହିତ ଘରୋଇ ସମ୍ପର୍କ ଛିନ୍ନ ହେବା ସହ ପଦ୍ମ ଭୂଷଣ ପୁରସ୍କାରରୁ ମଧ୍ୟ ବଞ୍ଚିତ କରାଯିବ ବୋଲି ସେ ସମୟର ପେଟ୍ରୋଲିୟମ ମନ୍ତ୍ରୀ ମୁରଲୀ ଦେଓରା କହିଥିଲେ । ସ୍ୱତନ୍ତ୍ର କୋର୍ଟରେ ଶ୍ରୀ କପୁରଙ୍କ ପକ୍ଷରୁ ଦାଖଲ ହୋଇଥିବା ଦ୍ୱିତୀୟ ସପ୍ଲିମେଣ୍ଟାରୀ ଚାର୍ଜଶିଟରୁ ଏହା ସ୍ପଷ୍ଟ ହୋଇଛି । ମନି ଲଣ୍ଡରିଂ ମାମଲାରେ ଶ୍ରୀ କପୁରଙ୍କ ପରିବାର, ଦେୱାର ହାଉସିଂ ଫାଇନାନ୍ସ ଲିମିଟେଡ (ଡିଏଚଏଫଏଲ)ର ପ୍ରମୋଟର କପିଲ ଆଣ୍ଡ ଧିରଜ ୱାଧାୱାନାଙ୍କ ନାମରେ କେସ୍ ରହିଥିଲା ।

ପୂର୍ବତନ କଂଗ୍ରେସ ସାଂସଦ ଶ୍ରୀ ଦେଓରା ଓ ତାଙ୍କ ପୁଅ ମିଲିନ୍ଦ ଦେଓରା ଉଭୟେ ଶ୍ରୀ କପୁରଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ । ପେଣ୍ଟିଂ ବିକ୍ରିରୁ ସଂଗୃହୀତ ୨ କୋଟି ଅର୍ଥ ଆମେରିକାରେ ଚିକିତ୍ସିତ ହେଉଥିବା ସୋନିଆଙ୍କ ଚିକିତ୍ସା କାର୍ଯ୍ୟରେ ଲାଗିବ । ସେହିପରି ଏହି କାର୍ଯ୍ୟରେ ସହଯୋଗ କଲେ ସୋନିଆଙ୍କ ସହ ଉତ୍ତମ ସମ୍ପର୍କ ରହିବ ବୋଲି ସୋନିଆଙ୍କ ବିଶ୍ୱସ୍ତ ଅହମ୍ମଦ ପଟେଲ ତାଙ୍କୁ ବୁଝାଇଥିବା ଶ୍ରୀ କପୁର ଚାର୍ଜଶିଟରେ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.