fbpx

ଆଉ ବ୍ଲକ୍ ହେବନାହିଁ କଂଗ୍ରେସ ଟ୍ୱିଟର ଆକାଉଣ୍ଟ, ସ୍ପେସାଲ୍ କୋର୍ଟଙ୍କ ରାୟକୁ ବଦଳାଇଦେଲେ କର୍ଣ୍ଣାଟକ ହାଇକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟି ଏବଂ ଏହାର ଭାରତ ଯୋବ ଯାତ୍ରାର ଟ୍ୱିଟର ଅକାଉଣ୍ଟ ବ୍ଲକ କରିବା ଆଦେଶକୁ ରଦ୍ଧ କରିଛନ୍ତି। ବେଙ୍ଗାଲୁରୁ ସହରୀ ଜିଲ୍ଲାର ଏକ ସ୍ପେସାଲ କୋର୍ଟ କଂଗ୍ରେସ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରିବାକୁ ସୋମବାର ଆଦଶ ଦେଇଥିଲେ। ବେଙ୍ଗାଲୁରୁ ସହରୀ ଜିଲ୍ଲାର ଏକ ସ୍ୱତନ୍ତ୍ର କୋର୍ଟର ଆଦେଶ ଏମଆରଟି ମ୍ୟୁଜିକ୍ ଦ୍ୱାରା ଏକ ମକଦ୍ଦମା ଦାୟର ହେବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା।

ଏମଆରଟି ମ୍ୟୁଜିକ୍ ହେଉଛି ‘କେଜିଏଫ-୨’ ଚଳଚ୍ଚିତ୍ରର ‘ସାଉଣ୍ଡ ଟ୍ରାକ୍’ର କପିରାଇଟ୍ ଧାରକ କମ୍ପାନୀ। ଏହା କୋର୍ଟରେ ଏକ ମକଦ୍ଦମା ଦାୟର କରିଛି ଯେ, କଂଗ୍ରେସ ଏହାର ‘ଆଇଏନସି ଇଣ୍ଡିଆ’ ଏବଂ ‘ଭାରତ ଯୋଡୋ’ ଟ୍ୱିଟର ହ୍ୟାଣ୍ଡେଲରୁ କିଛି ଭିଡିଓ ଟ୍ୱିଟ୍ କରିଛି ଯେଉଁଥିରେ ହିଟ୍ ଫିଲ୍ମ କେଜିଏଫ -୨ ର ସଙ୍ଗୀତ ବ୍ୟବହାର କରାଯାଇଥିଲା।

ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ, ଯଦି ସାଉଣ୍ଡ ରେକର୍ଡର ବେଆଇନ ବ୍ୟବହାରକୁ ଉତ୍ସାହିତ କରାଯାଏ, ତେବେ ଏହା ମ୍ୟୁଜିକ୍ ଲେବଲ୍ କୁ କ୍ଷତି ପହଞ୍ଚାଇବ ଏବଂ ବହୁ ପରିମାଣରେ ଡକାୟତି ପାଇଁ ଉତ୍ସାହିତ କରିବ। କୋର୍ଟ ଆହୁରି କହିଛନ୍ତି, “ଅଭିଯୋଗକାରୀ ବିଶେଷ ଭାବେ ସିଡି ପ୍ରସ୍ତୁତ କରିଥିଲେ ଏବଂ ବେଆଇନ ଭାବେ ବ୍ୟବହୃତ ଗୀତଗୁଡ଼ିକର ସଂସ୍କରଣ ସହିତ ମୂଳ ଗୀତ ଦେଖାଇଥିଲେ। ତେବେ ଏଥିପାଇଁ ସିନେମାଟୋଗ୍ରାଫି, ଚଳଚ୍ଚିତ୍ର, ଗୀତ, ମ୍ୟୁଜିକ୍ ଆଲବମ୍ ହାସଲ କରିବା ପାଇଁ ଅଭିଯୋଗକାରୀ ବ୍ୟବସାୟରେ କ୍ଷତି ସହିବେ। ଏଥି ସହିତ, ଚୋରି ଆହୁରି ଅଧିକ ଉତ୍ସାହିତ ହେବ।

Get real time updates directly on you device, subscribe now.