fbpx
BJD SKY
BJD SKY

ଆମିଷ ବଜାରରେ ଲାଗିବ ଭିଡ଼: ଛାଡ଼ଖାଇରେ ମାଛ, ମଟନ୍ ,ଚିକେନ ଖାଇ ପାଟି ସୁଆଦିଆ କରିବେ

BJD

ଭୁବନେଶ୍ୱର: ମାସେ ହେଲା ପାଟିରେ ଆମିଷ ବାଜିନଥିଲା। ଲୋକେ ଛାଡ଼ଖାଇକୁ ଅନାଇ ରହିଥିଲେ। କେମିତି କାର୍ତ୍ତିକ ମାସ ସରିଲେ ବଢିଆ ଛାଡଖାଇ ଟେ ହେବ। ମାସ ଯାକ ଲୋକେ ଧର୍ମ ମନାସୀ ନିରାମିଷ ଭକ୍ଷଣ କରିଥାନ୍ତି। ଏହି ଦିନ ଶେଷ ହେବା କ୍ଷଣି ଆରମ୍ଭ ହୋଇଥାଏ ଛାଡଖାଇ। ତେବେ ଚଳିତ ବର୍ଷ ଛାଡଖାଇ ବୁଢାବାରରେ ପଡିଥିବାରୁ ସହରୀବାସୀଙ୍କ ମନରେ ଉତ୍ସାହ କହିଲେ ନସରେ। ତେବେ ବୁଧବାର ଆମିଷ ବାର ହୋଇଥିବାରୁ ଆଇଁଷ ବଜାର ଠାରୁ ଆରମ୍ଭ କରି ବିଭିନ୍ନ ହେଟୋଲ ରେଷ୍ଟୁରାଣ୍ଟରେ ଜମିବ ଭିଡ଼।

ଗୋଟିଏ ଦିନ ପୂର୍ବରୁ ଦୁଇ ପଇସା ରୋଜଗାର କରିବା ଆଶାରେ ଆମିଷ ବ୍ୟବସାୟୀମାନେ ମାଛ, ମାଂସ, ଅଣ୍ଡା ମହଜୁତ ରଖିଛନ୍ତି। ସେହିପରି ରବିବାର ପର୍ଯ୍ୟନ୍ତ ଆମିଷ ବଜାର ଜୋରଦାର ହେବ ବୋଲି ବ୍ୟବସାୟୀମାନେ ଆଶା ବାନ୍ଧି ବସିଛନ୍ତି। ବଜାରରେ ମଟନ୍‌ କିଲୋ ଏବେ ୭୫୦ ଟଙ୍କା ରହିଥିବାବେଳେ ମାଛ କିଲୋ ପ୍ରତି ୨୦୦ ଟଙ୍କା, କଙ୍କଡା କିଲୋ ପ୍ରତି ୨୦୦ରୁ ୧୪୦୦ ଟଙ୍କା ଥିବା ଜଣାପଡିଛି। ସେହିପରି ଇଲିସ୍‌ କିଲୋପ୍ରତି ୭୦୦ ରୁ ୨୦୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ପାପଲେଟ୍‌ ୩୫୦ ଟଙ୍କାରେ ବିକ୍ରି ହେଉଛି।

Get real time updates directly on you device, subscribe now.