fbpx

ମୁଖ୍ୟମନ୍ତ୍ରୀଙ୍କ ସଭାରେ ମହିଳାଙ୍କୁ ଅସଦାଚରଣ କଲେ ବିଜେପି ମନ୍ତ୍ରୀ

ନୂଆଦିଲ୍ଲୀ:ପୁଣି ସାମ୍ନାକୁ ଆସିଲା ଜଣେ ବିଜେପି ମନ୍ତ୍ରୀଙ୍କ ଅଶୋଭନୀୟ ଆଚରଣ। ସତନାରେ ଆୟୋଜିତ ଏକ ନିର୍ବାଚନ ସଭାରେ ବିଜେପିରୁ ଟିକେଟ ପାଇଥିବା ଜଣେ ମହିଳା ପ୍ରାର୍ଥୀଙ୍କ ଆଣ୍ଠୁ ଉପରେ ହାତ ପକାଇ ଅନ୍ୟଜଣେ ବ୍ୟକ୍ତିଙ୍କ ସହିତ କଥା ହେଉଥିବାର ନଜର ଆସିଥିଲେ ମନ୍ତ୍ରୀ । ଏହି ସମୟରେ ମହିଳା ଜଣଙ୍କ ଅସହଜ ମନେ କରୁଥିବାର ଦେଖିବାକୁ ମିଳିଛି । ଫଟୋଟି ଭାଇରାଲ ହେବା ପରେ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ ।

ମନ୍ତ୍ରୀଙ୍କ ଏପରି ଆଚରଣ ସମୟରେ ଖୋଦ ମୁଖ୍ୟମନ୍ତ୍ରୀ ମଞ୍ଚରେ ଭାଷଣ ଦେଉଥିଲେ । ମଞ୍ଚରେ ଅନ୍ୟ ଅତିଥିଙ୍କ ସହ ବିଜେପିରୁ ପ୍ରାର୍ଥୀ ହୋଇଥିବା ପ୍ରତିମା ମଧ୍ୟ ବସିଥିଲେ। ତାଙ୍କ ପାଖରେ ଖଣି ମନ୍ତ୍ରୀ ବ୍ରିଜେନ୍ଦର ପ୍ରତାପ ସିଂହ ବସିଥିଲେ। ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ବେଳେ ମନ୍ତ୍ରୀ ବ୍ରିଜେନ୍ଦର ହଠାତ ପ୍ରତିମାଙ୍କ ଆଣ୍ଠୁ ଉପରେ ବିନା ସଙ୍କୋଚରେ ହାତ ରଖି କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ସର୍ବସମ୍ମୁଖରେ ମନ୍ତ୍ରୀଙ୍କ ଏପରି ଆଚରଣ ଦେଖି ପ୍ରତିମା ଆଶ୍ଚର୍ୟ୍ୟ ହୋଇଯାଉଥିବା ଫଟୋରେ ସ୍ପଷ୍ଟ ବାରି ହୋଇପଡୁଛି।ମଞ୍ଚ ଉପରେ ମନ୍ତ୍ରୀଙ୍କ ଏପରି ଆଚରଣର ଫଟୋ ଲାଗିଥିଲା କଂଗ୍ରେସ ହାତରେ । ଫଟୋଟିକୁ ସେୟାର କରି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ବିଜେପିକୁ ବେସରମ ବୋଲି କହିଛି କଂଗ୍ରେସ । ଦଳ ଟ୍ବିଟ କରି କହିଛି ଶିବରାଜ ବିଜେପି ନେତାମାନଙ୍କ କବଳରୁ ମହିଳାମାନଙ୍କୁ ରକ୍ଷା କରନ୍ତୁ । ଖାଲି ସେତିକି ନୁହେଁ ପ୍ରତିମା ମୁଖ୍ୟମନ୍ତ୍ରୀଙ୍କ ପଛରେ ଛିଡା ହୋଇଥିବା ସମୟରେ ମନ୍ତ୍ରୀ ବ୍ରିଜେନ୍ଦ୍ରର ତାଙ୍କ କେଶରେ ଲାଗୁଥିବା ମଧ୍ୟ ନଜରକୁ ଆସିଥିଲା ।

 

Get real time updates directly on you device, subscribe now.