fbpx

ବିଦେଶରେ ଭାରତୀୟ ARMYକୁ ସଫଳତା; ୯୬ଟି ଦେଶକୁ ପଛରେ ପକାଇଲା ଗୋର୍ଖା ରାଇଫଲ୍ସ

ନୂଆଦିଲ୍ଳୀ: ଭାରତୀୟ ସେନାକୁ ମିଳିଛି ଆଉ ଏକ କୃତିତ୍ୱ । ବିଦେଶରେ ସ୍ୱର୍ଣ୍ଣ ପଦକ ସହିତ ୪/୫ ଗୋର୍ଖା ରାଇଫଲ୍ସ ଏଭଳି ଇତିହାସ ରଚିଛି । ୟୁକେର ବ୍ରେକନରେ ଅନୁଷ୍ଠିତ କାମ୍ବ୍ରିଆନ ପ୍ୟାଟ୍ରୋଲ ଏକ୍ସରସାଇଜରେ ୯୬ଟି ରାଷ୍ଟ୍ରକୁ ପଛରେ ପକାଇ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସକ୍ଷମ ହୋଇଛି । ବିଶ୍ୱର ବିଭିନ୍ନ ସ୍ପେସିଆଲ ଫୋର୍ସଙ୍କୁ ପଛରେ ପକାଇ ଦେଇଛି ଭାରତ । ମିଲିଟାରୀ ପ୍ୟାଟ୍ରୋଲିଂରେ ଅଲିମ୍ପିକ୍ସ ଭାବରେ ପରିଚିତ ଏହି ଇଭେଣ୍ଟ ଅକ୍ଟୋବର ୧୩-୧୫ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଭାରତୀୟ ଆର୍ମିର ନାଭିଗେସନ ଦକ୍ଷତା, ପ୍ୟାଟ୍ରୋଲିଂ ଦକ୍ଷତା ଏବଂ ସାମୂହିକ ଦକ୍ଷତାକୁ ବେଶ ପ୍ରଶଂସା କରାଯାଇଥିଲା । ଚଳିତ ବର୍ଷ ମାତ୍ର ୩ଟି ଅନ୍ତର୍ଜାତୀୟ ସେନା ଦଳଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । ବ୍ରିଟିଶ ଆର୍ମିର ମୁଖ୍ୟ ଜେନେରାଲ ମାର୍କ କେଲଟନ ସ୍ମିଥ୍ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଭାରତୀୟ ସେନା ପକ୍ଷରୁ ବିଗ୍ରେଡିୟର ବିକ୍ରମଜିତ ସିଂ ଗିଲ୍ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.