fbpx

ଦରବୃଦ୍ଧିକୁ ନେଇ ସରକାରଙ୍କ ବିରୋଧରେ କଂଗ୍ରେସର ମୋର୍ଚ୍ଚା, ୩୧ ମାର୍ଚ୍ଚରୁ ଆରମ୍ଭ ହେବ ମହଙ୍ଗା ମୁକ୍ତ ଭାରତ ଅଭିଯାନ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ନିର୍ବାଚନରେ ପରାଜୟକୁ ସାମ୍ନା କରୁଥିବା କଂଗ୍ରେସ ଦଳ ଏବେ ଦରବୃଦ୍ଧି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ସହ ଜନମାନସକୁ ଫେରିବାକୁ ଚାହୁଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ୩୧ ମାର୍ଚ୍ଚ ଠାରୁ ୭ ଏପ୍ରିଲ୍ ମଧ୍ୟରେ ଦେଶରେ କେନ୍ଦ୍ର ସରକାରଙ୍କ ବିରୋଧରେ ମହଙ୍ଗା ମୁକ୍ତ ଅଭିଯାନ କରିବାକୁ ଯାଉଛି । ଶନିବାର ପ୍ରେସମିଟକୁ ସମ୍ବୋନ୍ଧିତ କରିବା ସହ କଂଗ୍ରେସ ପ୍ରବକ୍ତା ରଣଦୀପ ସିଂହ ସୁର୍ଯ୍ୟେବାଲା କହିଛନ୍ତି ଯେ ମୋଦୀ ସରକାର ଲୋକଙ୍କୁ କାଙ୍ଗାଳ କରି ନିଜର ଖଜାନା ଭରିବାରେ ଲାଗିଛି । ସୁର୍ଯ୍ୟେବାଲା କହିଛନ୍ତି ଯେ ଦେଶରେ ଲଗାତାର ଭାବରେ ବଢ଼ିଚାଲିଥିବା ଦରଦାମ୍, ତେଲ ଦର ବୃଦ୍ଧି ବିରୋଧରେ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ ଦେଶବ୍ୟାପୀ ହେବାକୁ ଥିବା ଏହି ପ୍ରଦର୍ଶନରେ ସାମିଲ ହେବେ ।

ସେ ଆହୁରି କହିଛନ୍ତି ସରକାରଙ୍କୁ ଗରିବଙ୍କ ଚିନ୍ତା ନାହିଁ । ଗତ ୫ ଦିନରେ ଲଗାତାର ତେଲ ଦର ବୃଦ୍ଧି ହୋଇଛି, ଏହାକୁ ନେଇ ସେ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ବିଜେପି ଲଜ୍ଜାହୀନ ଭାବରେ ଲୋକଙ୍କୁ ଲୁଟୁଛି । ଅନ୍ୟ ପଟେ ରାହୁଲ ଗାନ୍ଧୀ ମଧ୍ୟ ଲଗାତାର ବଢ଼ୁଥିବା ତେଲ ଦରକୁ ନେଇ ସରକାର ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ଯେ ରାଜା ମହଲକୁ ଯିବାକୁ ପ୍ରସ୍ତୁତି କରୁଛି ଯେତେବେଳେକି ଜନତା ଦରବୃଦ୍ଧିର ବୋଝରେ ଚାପି ହୋଉଛନ୍ତି ।

ଉଲ୍ଲେଖଯୋଗ୍ୟ, ଦେଶରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ହେବାରେ ଲାଗିଛି । ଏହାର କାରଣ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ବୋଲି କୁହାଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ମଧ୍ୟ ତେଲ ଦର ବୃଦ୍ଧି ପାଇଁ ଋଷ-ୟୁକ୍ରେନ ଯୁଦ୍ଧକୁ ଦାୟୀ କରିଛନ୍ତି ।

Get real time updates directly on you device, subscribe now.