fbpx

ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ, ଅଭିବୃଦ୍ଧି ହାର ୮ରୁ ୮.୫% ଆକଳନ

AAKASH

ନୂଆଦିଲ୍ଲୀ: ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଆଜି ଲୋକସଭାରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୨-୨୩ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮ରୁ ୮.୫% ହେବା ଆକଳନ ହୋଇଛି । ଲୋକସଭା ଆସନ୍ତାକାଲି ପୂର୍ବାହ୍ନ ୧୧ଟା ଯାଏଁ ମୁଲତବୀ ରଖାଯାଇଛି ।

ତେବେ ସମୀକ୍ଷାରେ କୁହାଯାଇଛି ଯେ, ମହାମାରୀ ଯୋଗୁଁ ଆଗାମୀ ସମୟରେ ଅର୍ଥନୀତି ଉପରେ କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ ବୋଲି ଅଭିବୃଦ୍ଧି ହାର ଆକଳନ କରାଯାଇଛି । ବ୍ୟାପକ ଟିକାକରଣ, ସପ୍ଲାଏ ସହ ଜଡ଼ିତ ରିଫର୍ମରୁ ଜନିତ ଲାଭ, ନିୟମରେ କୋହଳ, ରପ୍ତାନିରେ ଯଥେଷ୍ଟ ବୃଦ୍ଧି ଓ ପୁଞ୍ଜିଗତ ଖର୍ଚ୍ଚ ବୃଦ୍ଧିର ନମନୀୟତା ବୃଦ୍ଧି ପାଇବ ।

Get real time updates directly on you device, subscribe now.