fbpx
BSKY
BJD YOUTH SKY
BJD MS SKY

‘ବାପା ମୁଁ ସୁଇସାଇଡ୍ କରିବାକୁ ଯାଉଛି, ବାସ୍ ମୋ ଚେହେରା ଦେଖି ନିଅନ୍ତୁ’, ଏତିକି କହି ଛଅ ମହଲା ଉପରୁ ଡେଇଁ ପଡିଲେ ମୋଡେଲ

ଯୋଧପୁର: ବାପା ମୁଁ ସୁଇସାଇଡ୍ କରିବାକୁ ଯାଉଛି, ବାସ୍ ମୋ ଚେହେରା ଦେଖି ନିଅନ୍ତୁ। ଏତିକି କହି ହୋଟେଲର ଛଅ ମହଲାରୁ ଡେଇଁ ପଡିଲେ ମୋଡେଲ୍ ଗୁନଗୁନ ଉପାଧ୍ୟାୟ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣା ପଡିଛି। ଏହି ଘଟଣା ରାଜସ୍ଥାନର ଯୋଧପୁରରେ ଘଟିଛି।

ଡାକ୍ତରଙ୍କ ଅନୁଯାୟୀ, ବହୁତ ଉଚ୍ଚରୁ ଡେଇଁବା କାରଣରୁ ଗୁନଗୁନଙ୍କ ଗୋଡରେ ଗୁରୁତର ଆଘାତ ଲାଗିଛି। ସୌଭାଗ୍ୟବଶତଃ ଏତେ ଉଚ୍ଚରୁ ଡେଇଁବା ପରେ ମଧ୍ୟ ସେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି। ପୋଲିସ ଅଧିକାରୀଙ୍କ ଅନୁସାରେ ଗୁନଗୁନ ଶନିବାର ଉଦୟପୁରରୁ ଯୋଧପୁର ଆସିଥିଲେ। ସେଠାରେ ସେ ରାତାନାଡାର ହୋଟେଲରେ ରହିଥିଲେ। ରବିବାର ସେ ନିଜ ବାପାଙ୍କୁ ଫୋନ୍ କରିଥିଲେ ଏବଂ କହିଥିଲେ ବାପା ମୁଁ ଆତ୍ମହତ୍ୟା କରିବାକୁ ଯାଉଛି, ବାସ୍ ଶେଷ ଥର ମୋତେ ଦେଖି ନିଅନ୍ତୁ। ଏହା ପରେ ବାପା ଗଣେଶ ଉପାଧ୍ୟାୟ ପୋଲିସକୁ ଫୋନ କରିଥିଲେ।

ଏସିପି ଦେରାବର ସିଂହ ଫୋନ ନମ୍ବର ନେଇ ଗୁନଗୁନଙ୍କ ଲୋକେସନ ଟ୍ରାସ କରିଥିଲେ ଏବଂ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ। ସେତେବେଳକୁ ଗୁନଗୁନ ଷଷ୍ଠ ମହଲାରୁ ଡେଇଁ ସାରିଥିଲେ। ତୁରନ୍ତ ପୋଲିସ ତାଙ୍କୁ ମଥୁରାଦାସ ମାଥୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଡାକ୍ତର କହିଛନ୍ତି, ଗୁନଗୁନଙ୍କ ବହୁତ ରକ୍ତସ୍ରାବ କାରଣରୁ ସେ ବର୍ତ୍ତମାନ କଥା କହିବା ସ୍ଥିତିରେ ନାହାନ୍ତି। ଯେମିତି ଚେତା ଫେରିବ, ତାଙ୍କୁ ପଚରାଉଚୁରା କରାଯିବ। ଏ ପର୍ଯ୍ୟନ୍ତ ଆତ୍ମହତ୍ୟା ଉଦ୍ୟମର କାରଣ ସ୍ପଷ୍ଟ ହୋଇ ନାହିଁ। ଗୁନଗୁନଙ୍କ ବାପା ଗଣେଶ ଉପାଧ୍ୟାୟ ଯୋଧପୁରରେ ଜଣେ ମଣ୍ଡି ବ୍ୟବସାୟୀ। ବର୍ତ୍ତମାନ ତାଙ୍କୁ ଗୁନଗୁନଙ୍କ ବିଷୟରେ ପୋଲିସ ପଚରାଉଚୁରା କରୁଛି।

Get real time updates directly on you device, subscribe now.