fbpx

ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌରସଂସ୍ଥା ଅଧ୍ୟକ୍ଷ ଆସନ ପାଇଁ ଆସିଛି ସଂରକ୍ଷଣ ତାଲିକା । ୧୦୭ ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ୯ଟି ପୌରସଂସ୍ଥା ଅଧ୍ୟକ୍ଷ ଏସସି ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଏହା ସହିତ ୮ଟି ପୌରସଂସ୍ଥା ଅଧ୍ୟକ୍ଷ ପଦବୀ ଏସସିଙ୍କ ପାଇଁ ସଂରକ୍ଷିତ ରହିବ ।

ଏହା ସହିତ ୫ଟି ପୌରସଂସ୍ଥା ଅଧ୍ୟକ୍ଷ ପଦବୀ ଏସଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ୩ଟି ପୌରସଂସ୍ଥା ଅଧ୍ୟକ୍ଷ ପଦବୀ ଏସଟିଙ୍କ ପାଇଁ ସଂରକ୍ଷିତ ରହିବ । ୪୦ଟି ପୌରସଂସ୍ଥା ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ୪୨ଟି ପୌରସଂସ୍ଥା ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିବ ।

Get real time updates directly on you device, subscribe now.