fbpx
BJD
BJD SKY
BJD SKY

‘ଲିଭ୍-ଇନରେ ସହମତି ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ’- ସୁପ୍ରମକୋର୍ଟ

BJD

ନୂଆଦିଲ୍ଲୀ,୨ ।୩: ସୁପ୍ରିମକୋର୍ଟ ସୋମବାର ଦିନ ଏକ ବଳକ୍ରାର ମାମଲାର ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟଙ୍କ କହିବା ମୁତାକବ, ଦୀର୍ଘ ଦିନ ଧରି ଲିଭ୍-ଇନରେ ରହିବା ଏବଂ ସହମତିରେ ରଖିଥିବା ସମ୍ପର୍କକୁ ଦୁଷ୍କର୍ମ କୁହାଯିବ ନାହିଁ । ପୁରୁଷ ଜଣଙ୍କ ମହିଳାଙ୍କୁ ବିବାହ କରିବାକୁ ଦେଇଥିବା କଥା ନ ରଖି ପାରିଲେ ଏହା ଦୁଷ୍କର୍ମ ବିବେଚିତ ହେବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ ବୋବଡେ ଓ ଜଷ୍ଟିସ୍ ବୋପାନ୍ନା ଏବଂ ରାମସୁବ୍ରମଣିଆନଙ୍କ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି । କୋର୍ଟ ମୁତାବକ- ‘ବିବାହ ନେଇ ମିଥ୍ୟା ପ୍ରତିଶ୍ରୁତି ଦେବା ଭୁଲ୍ । ସେହିଭଳି ଜଣେ ମହିଳା ବିବାହ ନେଇ ପ୍ରତିଶ୍ରୁତି ଦେବା ପରେ ଛାଡ଼ି ପଳାଇବା ଅନୁଚିତ୍ । ତା’ମାନେ ନୁହେଁ ଯେ ଏକାଠି ରହୁଥିବା ବେଳେ ସହମତିରେ ରଖାଯାଇଥିବା ଶାରିରୀକ ସମ୍ପର୍କକୁ ଦୁଷ୍କର୍ମ କୁହାଯିବ ।’

ସୁପ୍ରିମକୋର୍ଟ କଲ୍ ସେଣ୍ଟରରେ କାମ କରୁଥିବା ୨ ଯୁବକ, ଯୁବତୀଙ୍କ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଉଭୟ ଯୁବକ-ଯୁବତୀ ୫ ବର୍ଷ ଧରି ଲିଭ୍-ଇନରେ ଏକାଠି ରହୁଥିଲେ । ପରେ ଯୁବକ ଜଣଙ୍କ ଅନ୍ୟ ଜଣଙ୍କୁ ବିବାହ କରିଥିଲେ । ଏହାକୁ ନେଇ ଅଭିଯୋଗ କରିଥିଲେ ପ୍ରେମିକା ଜଣଙ୍କ । ଯୁବକ ଜଣଙ୍କ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିବା ନେଇ ପ୍ରେମିକା ଅଭିଯୋଗ କରିଥିଲେ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଲିଭ୍-ଇନରେ ସହମତିରେ ରଖାଯାଇଥିବା ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି କହିଛନ୍ତି । ଫଳରେ ଯୁବକ ଜଣକ ଦଣ୍ଡରୁ ବଞ୍ଚିତ ହୋଇଛନ୍ତି ।

Get real time updates directly on you device, subscribe now.