fbpx
BJD SKY
BJD SKY

ଭୁବନେଶ୍ୱରରେ ମାସେ ପର୍ଯ୍ୟନ୍ତ ବନ୍ଦ ରହିବ ନିର୍ମାଣ କାମ, ଜାଣନ୍ତୁ କାହିଁକି ?

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ମାସେ ପର୍ଯ୍ୟନ୍ତ ନିର୍ମାଣ କାମ ବନ୍ଦ ରହିବ । ହକି ବିଶ୍ୱକପ ପାଇଁ ଭୁବନେଶ୍ୱରରେ ନିର୍ମାଣ କାମ ବନ୍ଦ ରହିବ ବୋଲି ଜଣାପଡିଛି । ବିଏମସି ଅଞ୍ଚଳରେ ମାସେ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଯଥାରେ ନିର୍ମାଣ ନାଁରେ ରାସ୍ତାଘାଟ ଖୋଳିବା ଉପରେ କଟକଣା ଲଗାଯାଇଛି ।

ଅନ୍ୟପଟେ ଜାନୁଆରୀ ୫ ପରେ ବିଶ୍ୱକପ ହକିରେ ଭାଗ ନେବାପାଇଁ ଆସିବେ ବିଦେଶୀ ଖଳାଳି । ସମୁଦାୟ ୧୬ଟି ଦେଶର ଖେଳାଳି ଚଳିତଥର ଅଶଂଗ୍ରହଣ କରିବେ । ଖେଳାଳି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ପରେ କେଉଁଠି ରହିବେ ସେନେଇ ୯ଟି ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଉକ୍ତ ହୋଟେଲ ପରିସରରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ପାଇଁ ଯୋଜନା କରିଛି କମିଶନରେଟ ପୋଲିସ।

ସଜେଇ ହେଉଛି ବିଭିନ୍ନ ହୋଟେଲ । ବିଶ୍ୱକପ ହକିରେ ସମସ୍ତ ଟିମ ରହିବା ପାଇଁ ଭୁବନେଶ୍ୱରରେ ୯ଟି ହୋଟେଲକୁ ଚୟନ କରାଯାଇଛି । ଆସନ୍ତା ୫ ତାରିଖରୁ ଭୁବନେଶ୍ୱରକୁ ବିଦେଶୀ ଟିମଙ୍କ ଆଗମନ ଆରମ୍ଭ ହୋଇଯିବ । ରାଜଧାନୀର ବଛାବଛା ୯ଟି ହୋଟଲରେ ରହିବେ ବିଶ୍ୱର ଶ୍ରେଷ୍ଠ ୧୬ଟି ଦେଶର ଖେଳାଳି । ଭୁବନେଶ୍ୱର ଆସିବା ପରେ ଖେଳାଳିଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିମାନ ବନ୍ଦରରୁ ହୋଟେଲକୁ ନିଆଯିବ। ସୂଚନା ଅନୁଯାୟୀ ମେ’ଫେୟାର ହୋଟେଲରେ ସ୍ପେନ, ନେଦରଲ୍ୟାଣ୍ଡସ ଓ ଆର୍ଜେଣ୍ଟିନା ଟିମ୍ ରହିବେ। ଟ୍ରାଇଡେଣ୍ଟରେ- ଜର୍ମାନୀ, ତାଜ୍ ଭିବନ୍ତ ହୋଟଲରେ- ଫ୍ରାନ୍ସ ଓ ଇଣ୍ଡିଆ ଏଚଏଚଆଇରେ- ଚିଲ୍ଲୀ ଓ ଜାପାନ, ଲେମନ ଟ୍ରି ହୋଟଲରେ- ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ, ସାଣ୍ଡି ଟାଓ୍ୱାର ହୋଟେଲରେ ବେଲଜିୟମ ଓ ଅଷ୍ଟ୍ରେଲିଆ, ହୋଟେଲ ସ୍ୱସ୍ତି ପ୍ରିମିୟମରେ ମାଲେସିଆ ଓ କୋରିଆ ଟିମ, ସ୍ୱସ୍ତି ଗ୍ରାଣ୍ଡରେ ସାଉଥ ଆଫ୍ରିକା ଆଇଟିସି ଓ୍ୱେଲକମରେ ଓ୍ୱେଲ୍ସ ଟିମ୍ ରହିବେ ।

Get real time updates directly on you device, subscribe now.