fbpx

ଆସିଲା ଡାକ୍ତରାଣୀ ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ; ଜାଣନ୍ତୁ କିପରି ହୋଇଥିଲା ମୃତ୍ୟୁ?

ଭୁବନେଶ୍ୱର: ଯୋଡ଼ା ଡାକ୍ତରଖାନାରେ ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ମାମଲାରେ ଆସିଲା ନୂଆ ତଥ୍ୟ । ଶବ ବ୍ୟବଚ୍ଛେଦ ରିପାର୍ଟ ବର୍ତ୍ତମାନ ସାମ୍ନାକୁ ଆସିଛି । ବିଷକ୍ରିୟାରୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ ହୋଇଛି । ସିଡିଏମଓ ଏହି ରିପୋର୍ଟକୁ ନେଇ ସ୍ପଷ୍ଟ କରିଛନ୍ତି । ତେବେ ଫରେନସିକ ରିପୋର୍ଟ ଆସିବା ଯାଏଁ ଏହି ରିପୋର୍ଟ ସଂରକ୍ଷିତ ରହିବ ।

କେନ୍ଦୁଝର ଜିଲ୍ଲା, ଯୋଡା ପୌରପାଳିକାର ବନେଇକଳାର ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କରଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ତାଙ୍କର ମୃତଦେହକୁ ରୁମ କବାଟ ଭାଙ୍ଗି ଯୋଡା ପୋଲିସ ଉଦ୍ଧାର କରିଥିଲା । ଉଦ୍ଧାର ପରେ ନିକଟସ୍ଥ ଟାଟା ଷ୍ଟିଲ୍ ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କଟକ ଅଞ୍ଚଳର ମହିଳା ଡାକ୍ତର ଶୁଭଶ୍ରୀ ଯୋଡାରେ ନିଯୁକ୍ତି ପାଇବା ପରେ ସ୍ୱାସ୍ଥ୍ୟକେନ୍ଦ୍ରର ଉପରମହଲାରେ ଥିବା ଏକ ଘରେ ରହିଆସୁଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ଶନିବାର ରାତିରେ ସାଥୀମାନଙ୍କ ସହିତ ନୂଆବର୍ଷକୁ ସେଲିବ୍ରେସନ କରି ସାରିବା ପରେ ରୁମକୁ ଫେରିଥିଲେ । ରବିବାର କବାଟ ନଖୋଲିବାରୁ ପଡୋଶୀଙ୍କର ସନ୍ଦେହ ହୋଇଥିଲା । ପରେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଯୋଡ଼ା ପୋଲିସ ବହୁଚେଷ୍ଟା ପରେ କବାଟ ନ ଖୋଲିବାରୁ ଶେଷରେ ବାଧ୍ୟ ହୋଇ କବାଟ ଭାଙ୍ଗି ଘରେ ପଶିଥିଲେ । ଏବଂ ମହିଳା ଡକ୍ତରଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।

Get real time updates directly on you device, subscribe now.