fbpx

ଏଣିକି ଏଲପିଜି ସିଲିଣ୍ଡର ରିଫିଲ ପାଇଁ ନିଜେ ଗ୍ୟାସ ବିତରକୁ ବାଛିବେ ଉପଭୋକ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ଉପଭୋକ୍ତାଙ୍କ ସୁବିଧା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସରକାର ଏଲପିଜି ରିଫିଲର ପୋର୍ଟେବିଲିଟିକୁ ମଞ୍ଜୁରୀ ଦେଇଛନ୍ତି । ବର୍ତ୍ତମାନ ଗ୍ରାହକ ଏଲପିଜି ସିଲିଣ୍ଡର ରିଫିଲ ପାଇଁ ନିଜେ ଗ୍ୟାସ ବିତରକ ବାଛିବା ପାଇଁ ସ୍ୱାଧୀନତା ଦିଆଯାଉଛି ।

ଏହାଦ୍ୱାରା ଆପଣ ଏଲପିଜି ସିଲିଣ୍ଡର କୌଣସି ବି ବିତରକଙ୍କ ନିକଟରୁ ରିଫିଲ କରିପାରିବେ । ଅର୍ଥାତ ଯଦି ଆପଣ ବିତରକ କମ୍ପାନୀ ଉପରେ ଖୁସି ନାହାଁନ୍ତି ତେବେ ଆପଣ ଅନ୍ୟ କୌଣସି ବିତରକଙ୍କୁ ଚୟନ କରିପାରିବେ । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ କହିଛି ଯେ ପ୍ରଥମ ପର୍ଯ୍ୟୟରେ ଏହି ସୁବିଧା ଚଣ୍ଡିଗଡ଼, କୋଏମ୍ବାଟୁର, ଗୁରୁଗ୍ରାମ, ପୁଣେ ଏବଂ ରାଞ୍ଚି ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଏହି ଯୋଜନାଗୁଡିକ ଯଦି ଏହି ସହରଗୁଡିକରେ ସଫଳ ହୁଏ, ତେବେ ଏହା ଦେଶର ଅନ୍ୟ ସହରରେ ମଧ୍ୟ କାର୍ଯ୍ୟକାରୀ ହେବ ।

Get real time updates directly on you device, subscribe now.