fbpx

ପ୍ରତିଦିନ ଦହି ଖାଇବା ଦ୍ୱାରା କମିଥାଏ ହୃଦଘାତ ହେବାର ଆଶଙ୍କା

ଦହି ଖାଇବା ହେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ । ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଦହି ଖାଇବାକୁ ବେଶ୍ ପସନ୍ଦ କରନ୍ତି । ଖାଦ୍ୟ ସହିତ ଦହି ଖାଇବା ଦ୍ୱାରା ଚେହେରାରେ ଚମକ ଆସିଥାଏ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଦହି ଖାଇବାର କ’ଣ ଲାଭ ରହିଛି…

– ଭୁଲ ଖାଦ୍ୟପେୟ କାରଣରୁ ପ୍ରାୟତଃ ପେଟ ସମ୍ବନ୍ଧୀତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ, ଯେପରିକି ହଜମ ନହେବା, କୋଷ୍ଠକାଠିନ୍ୟ, ଗ୍ୟାସ୍ ଇତ୍ୟାଦି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଏକ ଗିନାରେ ଦହି ଖାଆନ୍ତୁ ।

– ପ୍ରତିଦିନ ଦହି ଖାଇବା ଦ୍ୱାରା ହୃଦଘାତ ହେବାର ଆଶଙ୍କା କମିଯାଏ । ଏହାର ବ୍ୟବହାର ଶରୀରରେ କୋଲେଷ୍ଟ୍ରଲ୍ର ପରିମାଣକୁ ହ୍ରାସ କରିଥାଏ ।

– ପ୍ରତିଦିନ ସକାଳେ ଏକ ଗିନାରେ ଦହି ଖାଇବା ଦ୍ୱାରା ଆପଣ ହାତ ଓ ପାଦ ଜଳିବା, ପେଟ ଇନଫେକ୍ସନ, ଭୋକ ନଲାଗିବା, ଦୁର୍ବଳତା ଇତ୍ୟାଦି ସମସ୍ୟାରୁ ମୁକ୍ତି ପାଇପାରିବେ ।

Get real time updates directly on you device, subscribe now.