fbpx
BSKY SKY
BSKY SKY

ରାଜ୍ୟକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍, ଜାଣନ୍ତୁ କେଉଁଠି

BSKY

ନିଆଳି, ୨୬ା୧୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଧୀରେ ଧୀରେ କମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରାୟ ଅଧିକାଂଶ ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ ହଟାଇ ଦିଆଯାଇଥିଲା । କିନ୍ତୁ ଏହାରି ମଧ୍ୟରେ ରାଜ୍ୟକୁ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ୍। ନିଆଳିରେ ନୂଆସାହି ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

ସୂଚନା ଅନୁଯାୟୀ, ନିଆଳି ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଆଜିଠାରୁ ଜାନୁଆରୀ ୪ ପର୍ଯ୍ୟନ୍ତ ଏହି ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ ଲାଗୁ ହୋଇଛି । ତେବେ ଗାଁରେ କରୋନାରେ ଜଣେ ମୃତ ଓ ୧୪ ଜଣ ଆକ୍ରାନ୍ତ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । କଟକ ଉପଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ତେବେ ନିୟମ ମୁତାବକ ଜୋନ ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ । ସ୍ଥାନୀୟ ବିଡିଓଙ୍କୁ ସମସ୍ତ ଅତ୍ୟାବଶ୍ୟକ ଜିନିଷ ଯୋଗାଣ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.