fbpx

ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ କ୍ୟାବିନେଟରେ ବଡ଼ ନିଷ୍ପତ୍ତି, ୫୦% ବଢ଼ିଲା ଦରମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି । ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ଠିକା କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ ଅଧିକ ୫୦% ଦରମା ମିଳିବ । ପୂର୍ବ ନିୟମାନୁସାରେ ୬ ବର୍ଷ ପରେ ନିୟମିତ ହେବେ ଠିକା କର୍ମଚାରୀ ।

ପ୍ରଥମ ବର୍ଷରୁ ଠିକା କର୍ମଚାରୀଙ୍କୁ ୫୦% ଅଧିକ ଦେବାକୁ ବାର୍ଷିକ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ନିୟମିତ କର୍ମଚାରୀଙ୍କ ଭଳି ସେମାନେ ମେଡିକାଲ ଖର୍ଚ୍ଚ ମଧ୍ୟ ପାଇବେ । କ୍ୟାବିନେଟରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ରାଜ୍ୟର ପ୍ରତ୍ୟେକ ପରିବାରକୁ ମିଳିବ ସ୍ୱଚ୍ଛ ପାନୀୟ ଜଳ । ୪ ଜିଲ୍ଲାର ୧୨ ଲକ୍ଷ ଲୋକଙ୍କୁ ମିଳିବ ସ୍ୱଚ୍ଛ ପାନୀୟ ଜଳ । ୪ ଜିଲ୍ଲା ପାଇଁ ୧୨୮୦କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଉପକୃତ ହେବ । ଏ ସମ୍ପର୍କୀତ ୩ଟି ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରୀ ଦିଆଯାଇଛି ।

ସେହିପରି ଓଡିଶା ଅବକାରୀ ସେବା ନିଯୁକ୍ତି ସର୍ତ୍ତାବଳୀରେ ସଂଶୋଧନ କରାଯାଇଛି । ବୈଧ ମାପ ବିଜ୍ଞାନ ସେବା କ୍ୟାଡର ପୁର୍ନବିନ୍ୟାସକୁ ମିଳିଛି ମ଼ଞ୍ଜୁରୀ । ଲୋକାୟୁକ୍ତ ରିପୋର୍ଟ ୨୦୨୦କୁ ମଞ୍ଜୁରୀ ମିଳିଛି । ବେସାମରିକ ଯୋଗାଣ ନିଯୁକ୍ତି ସର୍ତ୍ତାବଳୀ ଏବଂ ଖରିଫ୍ ୨୦୨୧-୨୨ ଖାଦ୍ୟ ସଂଗ୍ରହ ନୀତିକୁ ମଞ୍ଜୁରୀ ମିଳିଛି । ଖରିଫ୍ ୨୦୨୧-୨୨ରେ ୫୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହର ଲକ୍ଷ ରଖାଯାଇଛି । ରବିରେ ୧୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ । ମଣ୍ଡିକୁ ଅଧିକ ଧାନ ଆସିଲେ, ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣିବେ ସରକାର । ନଭେମ୍ବର ୨୦୨୧ରୁ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା । ମେ ୨୦୨୨ରୁ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ।

Get real time updates directly on you device, subscribe now.